
ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ଜାତୀୟ
ସମ୍ବିଧାନ ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ । ଏହି ଅବସରରେ
ରାଜ୍ୟପାଳ କହିଛନ୍ତି ଯେ, ଜାତୀୟ ସମ୍ବିଧାନ ଦିବସ ଅବସରରେ ଆସନ୍ତୁ, ଆମ ସମ୍ବିଧାନରେ
ସ୍ଥାନ ପାଇଥିବା ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱର ମୂଲ୍ୟବୋଧ ପ୍ରତି ଆମର ପ୍ରତିବଦ୍ଧତାକୁ
ପୁନର୍ବାର ଦୋହରାଇବା। ଏହି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା