ଶିଳ୍ପାନୁଷ୍ଠାନ ଗୁଡ଼ିକରେ ଓଡ଼ିଆ ଯୁବକ ମାନଙ୍କୁ ନିଯୁକ୍ତି ଦାବି
ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ଶୂନ୍ୟକାଳରେ ଶିଳ୍ପାନୁଷ୍ଠାନ ଗୁଡ଼ିକରେ ଓଡ଼ିଆ ଯୁବକ ମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ସେ କହିଛନ୍ତି ଯେ, ଓଡ଼ିଶାରେ ଅନେକ ଶିଳ୍ପ ପ୍ରତିଷ୍ଠା ହୋଇଛି । ସେଗୁଡ଼ିକରେ ଓଡ଼ିଆ
ଶିଳ୍ପାନୁଷ୍ଠାନ ଗୁଡ଼ିକରେ     ଓଡ଼ିଆ ଯୁବକ ମାନଙ୍କୁ ନିଯୁକ୍ତି ଦାବି


ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ଶୂନ୍ୟକାଳରେ

ଶିଳ୍ପାନୁଷ୍ଠାନ ଗୁଡ଼ିକରେ ଓଡ଼ିଆ ଯୁବକ ମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ସେ କହିଛନ୍ତି ଯେ, ଓଡ଼ିଶାରେ ଅନେକ ଶିଳ୍ପ ପ୍ରତିଷ୍ଠା

ହୋଇଛି । ସେଗୁଡ଼ିକରେ ଓଡ଼ିଆ ଯୁବକ ମାନଙ୍କୁ ରୋଜଗାର ମିଳିବା କଥା । କିନ୍ତୁ ସରକାରୀ ନିୟମ

ଅନୁସାରେ ଓଡ଼ିଆ ଯୁବକ ମାନଙ୍କୁ ନିଯୁକ୍ତି ମିଳୁନାହିଁ । ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା

ପାଇଁ ନିର୍ଦ୍ଦେଶ ଦିଆଯାଉ । ଏହାସହ ଜାତୀୟ ଓ ରାଜ୍ୟ ସ୍ତରରେ ଖେଳିଥିବା କ୍ରୀଡ଼ାବିତ ମାନଙ୍କ

ପାଇଁ ଶିଳ୍ପ ଗୁଡ଼ିକରେ ଅତି କମରେ 10 ପ୍ରତିଶତ ନିଯୁକ୍ତି ସଂରକ୍ଷଣ ରଖାଯାଉ ବୋଲି ଦାବି କରିଛନ୍ତି

ଟଙ୍କଧର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande