୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହେଦଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯ
ମୁମ୍ବାଇ


ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ୨୬/୧୧ ମୁମ୍ବାଇ

ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଓ

ଅନ୍ୟମାନେ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହେଦଓ ଏକ

ବାର୍ତ୍ତା ଜାରି କରି କହିଛନ୍ତି ଯେ, ୨୬/୧୧

ମୁମ୍ବାଇର ଭୟାବହ ଆତଙ୍କବାଦୀ ଆକ୍ରମଣ ସମୟରେ ଦେଶର ସୁରକ୍ଷା ପାଇଁ ନିଜର ପ୍ରାଣବଳି ଦେଇଥିବା

ବୀର ସହିଦମାନଙ୍କୁ ଗଭୀର ଶ୍ରଦ୍ଧା ଓ ସମ୍ମାନର ସହ ସ୍ମରଣ କରୁଛି। ଦେଶର ସୁରକ୍ଷା ପାଇଁ

ସେମାନଙ୍କର ଅସାଧାରଣ ସାହସ, ନିଃସ୍ୱାର୍ଥପର ସେବା ଓ ସର୍ବୋଚ୍ଚ ବଳିଦାନ ସର୍ବଦା ଆମ ସ୍ମୃତିରେ

ଅମର ହୋଇ ରହିବ। ସହିଦ ବୀର ଯବାନ ଏବଂ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ନିରୀହ ଲୋକଙ୍କ ପ୍ରତି

ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ସେମାନଙ୍କର ବୀରତ୍ୱ ଓ ସାହସ ଆଗାମୀ ପିଢ଼ି ପାଇଁ ସର୍ବଦା

ପ୍ରେରଣାର ଉତ୍ସ ହୋଇ ରହିବ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ

ବାର୍ତ୍ତା ଜାରି କରି କହିଛନ୍ତି ଯେ, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଦେଶର ସୁରକ୍ଷା ଓ

ନିରୀହ ଜନସାଧାରଣଙ୍କ ଜୀବନ ରକ୍ଷା ପାଇଁ ବଳିଦାନ ଦେଇଥିବା ବୀର ସହିଦମାନଙ୍କୁ କୋଟି କୋଟି

ପ୍ରଣାମ । ସେମାନଙ୍କ ସାହସ, ବୀରତ୍ୱ ଓ ତ୍ୟାଗ ଦେଶବାସୀଙ୍କ ହୃଦୟରେ ସର୍ବଦା ଅମର ହୋଇ ରହିବ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ

ଦେଶର ସୁରକ୍ଷା ତଥା ନାଗରିକଙ୍କ ଜୀବନ ରକ୍ଷା ପାଇଁ ନିଜ ପ୍ରାଣବଳି ଦେଇଥିବା ସମସ୍ତ ବୀର

ଶହୀଦଙ୍କୁ କୋଟି କୋଟି ପ୍ରଣାମ ଓ ବିନମ୍ର ଶ୍ରଦ୍ଧାଞ୍ଜଳି।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ବୀର

ଶହୀଦମାନଙ୍କୁ କୋଟି କୋଟି ପ୍ରଣାମ।୨୦୦୮ ମସିହାର ଏହି କଳା ଦିନରେ ଦେଶର ସୁରକ୍ଷା ଓ ନିରୀହ

ନାଗରିକଙ୍କ ଜୀବନ ରକ୍ଷା ପାଇଁ ନିଜର ପ୍ରାଣବଳି ଦେଇଥିବା ସମସ୍ତ ବୀର ଯବାନ, ପୋଲିସ କର୍ମଚାରୀ ଓ ନିରୀହ ନାଗରିକଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।ସେମାନଙ୍କର

ଅଦମ୍ୟ ସାହସ, ବୀରତ୍ୱ ଓ ସର୍ବୋଚ୍ଚ ବଳିଦାନ ଦେଶବାସୀଙ୍କ ହୃଦୟରେ ସଦା ସ୍ମରଣୀୟ

ହୋଇ ରହିବ। ରାଷ୍ଟ୍ର ସେମାନଙ୍କ ତ୍ୟାଗ ଓ ବଳିଦାନକୁ କେବେ ଭୁଲିବ ନାହିଁ। ବୀର ଶହୀଦ ଅମର ରହେ।

ଜୟ ହିନ୍ଦ୍ ।

ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏକ

ବାର୍ତ୍ତା ଜାରି କରି କହିଛନ୍ତି ଯେ, ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା

ନିରୀହ ନାଗରିକମାନଙ୍କୁ ମୋର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଏବଂ ଦେଶର ସୁରକ୍ଷା ପାଇଁ ନିଜର

ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ଶତ ଶତ ପ୍ରଣାମ। ଆତଙ୍କବାଦ ମାନବତାର ସବୁଠାରୁ

ବଡ଼ ଶତ୍ରୁ। ଏହା ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ କରି ଭାରତର ଲଢ଼େଇ ନିରନ୍ତର

ଜାରି ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande