
ଭୁବନେଶ୍ୱର, 26 ନଭେମ୍ବର (ହି.ସ.) - ଜବର ଦଖଲ ଜମି
ଫେରାଇବା ସହ ସରକାରୀ ଜମିର ପରିଚାଳନା ପାଇଁ ନୂଆ ଆଇନ ଆଣିବେ ରାଜ୍ୟ ସରକାର । ଏନେଇ ଗୃହରେ
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଜବରଦଖଲ ଜମି
ଫେରାଇବା ପାଇଁ ଅନେକ ଆଇନ ରହିଛି ଓଡିଶା ଲ୍ୟାଣ୍ଡ ପ୍ରିଭେନସନ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟ, ଓଡିଶା ସରକାରୀ
ଜମି ସେଟେଲମେଂଟ ଆକ୍ଟ ।ଗୁଡିଏ
ଆଇନକୁ ସଂକଳନ କରି ନୂଆ ଆଇନ ପ୍ରସ୍ତୁତି ଚାଲିଛି । ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ନୂଆ
ଆଇନ ଆସିବ ।ଖୁଵ ଶୀଘ୍ର ବିଧାନସଭାରେ ତାର ଚିଠା ଆଇନ ଆଣାଯିବ । ଯାହା ଜବରଦାଖଲ ଉଛେଦ ଏବଂ
ସରକାରୀ ଜମି ପରିଚାଳନାରେ ସହାୟକ ହେବ । ଏହା ସହ ମନ୍ତ୍ରୀ କହିଛନ୍ତି 10 ବର୍ଷରୁ ଅଧିକ ସମୟ
ଧରି ଜମି ନେଇ ଶିଳ୍ପ କରିନଥିବା ସଂସ୍ଥାକୁ ନୋଟିସ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା