ଜୟପୁର ବ୍ଲକସ୍ତରୀୟ ‘ପରବ ୨୦୨୬-୨୭’ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ
ଜୟପୁର, ୨୬ ନଭେମ୍ବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡ଼ାସ୍ଥିତ ପି.ଏମ୍. ଶ୍ରୀ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସାଂସ୍କୃତିକ ଓ କ୍ରୀଡ଼ା ମହୋତ୍ସବ ‘ପରବ ୨୦୨୬-୨୭’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ବିଭିନ୍ନ ବି
ଜୟପୁର ବ୍ଲକସ୍ତରୀୟ ‘ପରବ ୨୦୨୬-୨୭’ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ


ଜୟପୁର, ୨୬ ନଭେମ୍ବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡ଼ାସ୍ଥିତ ପି.ଏମ୍. ଶ୍ରୀ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସାଂସ୍କୃତିକ ଓ କ୍ରୀଡ଼ା ମହୋତ୍ସବ ‘ପରବ ୨୦୨୬-୨୭’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ମୋଟ ୨୫୩ ଜଣ ଛାତ୍ରଛାତ୍ରୀ ଉତ୍ସାହ ଓ ଉଦ୍ଦୀପନାର ସହ ଯୋଗଦେଇ ନିଜ ନିଜର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିଲେ।ଉକ୍ତ ଉତ୍ସବରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ତିଳୋତ୍ତମା ମୁଦୁଲି, ୧ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ତପତୀ ପଟ୍ଟନାୟକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କେ. ଗୋପାଳ ଓ ସୋମନାଥ ଗଦବା ପ୍ରମୁଖ ଯୋଗଦେଇ ଉତ୍ସବର ଶୁଭାରମ୍ଭ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ନିଜର ପ୍ରତିଭା ବିକାଶ ଦିଗରେ ଆଗେଇ ଯିବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଆମ୍ବାଗୁଡ଼ା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ କୁମାର ପାଢ଼ୀ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟଶ୍ରୀ ସାହୁ, ଜୟପୁରର ଡବ୍ଲୁଇଓ ଶ୍ରୀମତୀ ଆଭା ପ୍ରଧାନ ଏବଂ ଆମ୍ବାଗୁଡ଼ା ପଞ୍ଚାୟତର ସରପଞ୍ଚ ମହୋଦୟା ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ସୁପରିଚାଳନା ଓ ସଫଳ ରୂପାୟନରେ ଗଗନବିହାରୀ ଦାସ, ପ୍ରସନ୍ନ ପାଣିଗ୍ରାହୀ, ସୁବେନ୍ଦୁ ପ୍ରଧାନ ଓ ଗୁଲଶନ ମହାପାତ୍ର ସକ୍ରିୟ ଭାବେ ସହଯୋଗ କରିଥିଲେ। ଏଥିସହ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ନିଷ୍ଠା, ସହଯୋଗ ଓ ମିଳିତ ପ୍ରଚେଷ୍ଟା ଯୋଗୁଁ ଏହି ‘ପରବ’ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ଓ ସଫଳତାର ସହ ସମ୍ପନ୍ନ ହୋଇଥିଲା।ଏହି ଉତ୍ସବ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ଆତ୍ମବିଶ୍ୱାସ ବୃଦ୍ଧି, ଭାଇଚାରା ଓ ସହଯୋଗ ମନୋଭାବ ସୃଷ୍ଟି କରିବାର ଏକ ସୁନ୍ଦର ମଞ୍ଚ ଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande