ରବି ରାୟ ଓ ବୀରେନ ମିତ୍ରଙ୍କ ସ୍ମରଣ କଲେ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ରବି ରାୟ ଓ ବୀରେନ ମିତ୍ରଙ୍କ ସ୍ମରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ବାଧୀନ
ରବି ରାୟ ଓ ବୀରେନ ମିତ୍ରଙ୍କ     ସ୍ମରଣ କଲେ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ


ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ରବି ରାୟ ଓ ବୀରେନ

ମିତ୍ରଙ୍କ ସ୍ମରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ଏନେଇ ସୋସିଆଲ ମିଡିଆ ଏକ୍ସରେ

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ

ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରେନ ମିତ୍ର ଙ୍କ ଜୟନ୍ତୀ ଅବସରରେ ତାଙ୍କ ଅମର ଆତ୍ମା

ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି ।

ଅନ୍ୟ ଏକ ବାର୍ତ୍ତାରେ

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ ଲୋକସଭା ବାଚ଼ସ୍ପତି ତଥା ପୂର୍ବତନ କେନ୍ଦ୍ରମତ୍ନୀ

ସ୍ବର୍ଗତ ରବି ରାୟଙ୍କ ଜୟନ୍ତୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ

ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ ମିତ୍ରଙ୍କ ଜୟନ୍ତୀରେ

ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଓଡ଼ିଶାର ରାଜନୈତିକ ଓ ସାମାଜିକ ଇତିହାସରେ ତାଙ୍କର ଅବଦାନ

ଚିରସ୍ମରଣୀୟ।

ଅନ୍ୟ ଏକ ବାର୍ତ୍ତାରେ ସ୍ୱାସ୍ଥ୍ୟମନ୍ତ୍ରୀ

ଡ.ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ପୂର୍ବତନ ଲୋକସଭା ବାଚ଼ସ୍ପତି ରବି ରାୟଙ୍କ ଜୟନ୍ତୀରେ

ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ। ସଂସଦୀୟ ଗଣତନ୍ତ୍ରର ମର୍ଯ୍ୟାଦା ରକ୍ଷା, ସାଧାରଣ ଜୀବନଶୈଳୀ ଏବଂ ନିଃସ୍ୱାର୍ଥ ଜନସେବା ପାଇଁ ସେ ସର୍ବଦା

ସ୍ମରଣୀୟ ହୋଇ ରହିବେ।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ

ହରିଚନ୍ଦନ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ବିଶିଷ୍ଟ ଜନନାୟକ ତଥା

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବୀରେନ ମିତ୍ରଙ୍କ ଜୟନ୍ତୀ ଅବସରରେ ତାଙ୍କ ପବିତ୍ର

ସ୍ମୃତି ପ୍ରତି ମୋର କୋଟି କୋଟି ପ୍ରଣାମ। ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନରେ ତାଙ୍କର

ଅବଦାନ ଏବଂ ଜନସେବା ପ୍ରତି ତାଙ୍କର ନିଷ୍ଠା ସର୍ବଦା ସ୍ମରଣୀୟ ହୋଇ ରହିବ।

ଅନ୍ୟ ଏକ ବାର୍ତ୍ତାରେ ଆଇନ

ମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ରାଜନେତା ତଥା ପୂର୍ବତନ ଲୋକସଭା ବାଚସ୍ପତି ସ୍ୱର୍ଗତଃ ରବି

ରାୟଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି । ଜନସେବା, ନିଷ୍ଠାପର ରାଜନୈତିକ ଜୀବନ, ଗଣତାନ୍ତ୍ରିକ

ମୂଲ୍ୟବୋଧ ଓ ସଂସଦୀୟ ମର୍ଯ୍ୟାଦା ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।

ବିରୋଧୀ ଦଳ ନେତା ନବୀନ

ପଟ୍ଟନାୟକ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ବିଶିଷ୍ଟ ଗାନ୍ଧିବାଦୀ ନେତା ତଥା ଲୋକସଭାର

ପ୍ରଥମ ଓଡ଼ିଆ ବାଚସ୍ପତି ରବି ରାୟଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ଗାନ୍ଧିଜୀଙ୍କ ନୀତି

ଆଦର୍ଶରେ ଶାନ୍ତିର ବାର୍ତ୍ତା ପ୍ରସାର କରିବା ସହ ସମାଜବାଦୀ ଆନ୍ଦୋଳନରେ ସେ ବଳିଷ୍ଠ ଭୂମିକା

ଗ୍ରହଣ କରିଥିଲେ। ଗରିବ ଓ ଦଳିତଙ୍କ ଅଧିକାର ପାଇଁ ଲଢ଼ିବାରେ ତାଙ୍କର ନିଷ୍ଠା ସର୍ବଦା

ପ୍ରେରଣାର ଉତ୍ସ।

ଅନ୍ୟ ଏକ ବାର୍ତ୍ତାରେ ନବୀନ

ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ରଙ୍କ ଜୟନ୍ତୀରେ ମୋର

ଶ୍ରଦ୍ଧାଞ୍ଜଳି ଜଣାଉଛି। ରାଜ୍ୟକୁ ପ୍ରଗତିଶୀଳ କରିବା ସହ ଲୋକଙ୍କ ଉନ୍ନତି ପାଇଁ ତାଙ୍କର

କାର୍ଯ୍ୟ ସର୍ବଦା ସ୍ମରଣୀୟ।

ସାଂସଦ ଧର୍ମେନ୍ଦ୍ର ପ୍ରଧାନ

ଏକ ବାର୍ତ୍ତାରେ କହିଛନ୍ତି ଯେ, ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ଲୋକସଭା ବାଚସ୍ପତି

ସ୍ବର୍ଗତ ରବି ରାୟଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।

ଅନ୍ୟ ଏକ ବାର୍ତ୍ତାରେ

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କ

ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande