
ପୁରୀ, 26 ନଭେମ୍ବର (ହି.ସ.) ପବିତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତିକାନ୍ତିକୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାର ଗଣତି କାର୍ଯ୍ୟ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ଏବେ ସେବକ ଓ କମାଣ୍ଡରଙ୍କ ପରାମର୍ଶକ୍ରମେ ଆଜି ଗୁରୁବାର (୨୬ ନଭେମ୍ବର) ଓ ଆସନ୍ତାକାଲି ଶୁକ୍ରବାର (୨୭ ନଭେମ୍ବର) ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ରାଜ୍ଯ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ପୁନର୍ବାର ଆରମ୍ଭ ହୋଇଛି । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ ହେବା ପାଇଁ ସମସ୍ତଙ୍କ ଆନ୍ତରିକ ସହଯୋଗ ଓ ସହାୟତା କାମନା କରୁଛୁ। ସବୁ ମହାପ୍ରଭୁଙ୍କ ଇଚ୍ଛା ଓ ଆଶୀର୍ବାଦରେ ସମ୍ପନ୍ନ ହେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ