
ଭୁବନେଶ୍ୱର, 26 ନଭେମ୍ବର (ହି.ସ.)- ମାର୍ଗଶିର
ମାଣବସା ଗୁରୁବାରର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଓଡ଼ିଆ ସଂସ୍କୃତି , ଧର୍ମ ପରମ୍ପରା , ସମାଜିକ ଚଳଣିର ମହାନ ଓଷା ମାର୍ଗଶିର ମାଣବସା ଗୁରୁବାରର ହାର୍ଦ୍ଦିକ
ଶୁଭେଚ୍ଛା ଏବଂ ଶୁଭକାମନା ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା କହିଛନ୍ତି ଯେ, ପବିତ୍ର ମାର୍ଗଶୀର ମାସର ପ୍ରଥମ ମାଣବସା ଗୁରୁବାର ଅବସରରେ ଓଡ଼ିଶାର
ସମସ୍ତ ମା’ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମା’ ଲକ୍ଷ୍ମୀଙ୍କ ଅପାର
କୃପାରୁ ପ୍ରତ୍ୟେକ ପରିବାର ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ କହିଛନ୍ତି ଯେ, ମାର୍ଗଶିର ମାସ ପ୍ରଥମ
ପାଳି ମାଣବସା ଗୁରୁବାର ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା। ମା' ମହାଲକ୍ଷ୍ମୀଙ୍କ
ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଏବଂ ଆନନ୍ଦରେ ପରିପୂର୍ଣ୍ଣ ହେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା