ମହିଳା ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ
ଜୟପୁର, ୨୬ ନଭେମ୍ବର (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁର ଠାରେ ୭୬ ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଯୁକ୍ତ ୩ ଏବଂ ଯୁକ୍ତ ୨ ର ମିଳିତ ଆନୁକୂଲ୍ୟରେ ତଥା ଜାତୀୟ ସେବା ଯୋଜନା ଅଧିକାରୀ ସୁନୀତା କୁମାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି ସଭାର ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟର
ମହିଳା ମହାବିଦ୍ୟାଳୟ ରେ ସମ୍ବିଧାନ ଦିବସ ପାଳିତ


ଜୟପୁର, ୨୬ ନଭେମ୍ବର (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁର ଠାରେ ୭୬ ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଯୁକ୍ତ ୩ ଏବଂ ଯୁକ୍ତ ୨ ର ମିଳିତ ଆନୁକୂଲ୍ୟରେ ତଥା ଜାତୀୟ ସେବା ଯୋଜନା ଅଧିକାରୀ ସୁନୀତା କୁମାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି ସଭାର ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସୁନା ଡ. ବି.ଆର୍ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସମ୍ବିଧାନର ମୂଳଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ତଥା ସମାନତା ସମ୍ପର୍କରେ ମତ ରଖିଥିଲେ। ଇତିହାସ ବିଭାଗୀୟ ମୁଖ୍ୟ ଡ. ଈଶ୍ୱର ପରିଡ଼ା ଲିଖିତ ସମ୍ବିଧାନର ଅୟମାରମ୍ଭ ତଥା କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ରାଜେନ୍ଦ୍ର ରଣା ସମ୍ବିଧାନର ମୌଳିକ କର୍ତ୍ତବ୍ୟ ବିଷୟରେ କହିଥିଲେ। ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷାରାଣୀ ନାୟକ ସାହିତ୍ୟିକ ଦୃଷ୍ଟିକୋଣରୁ ସମ୍ବିଧାନର କାର୍ଯ୍ୟକାରୀତା ସମ୍ପର୍କରେ ବିବିଧ ସାହିତ୍ୟିକ ପୁସ୍ତକର ଉଦାହରଣ ମାଧ୍ୟମରେ ବୁଝାଇଥିଲେ। ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ତବୁ ବାନୋ ସମ୍ବିଧାନର ନୀତି ନିୟମ ବିଷୟରେ ଆଲୋକପାତ କରିଥିଲେ। ଛାତ୍ରୀ ମାନଙ୍କ ମଧ୍ୟରୁ ଡାଳିମ୍ବ ଗୁଣ୍ଠା , ରଚନା ନିସାଲ , ସ୍ବପ୍ନା କୁମ୍ଭର ଏବଂ ହଂସିକା ନାୟକ ସାମ୍ବିଧାନିକ ଧାରା ତଥା ବିବିଧତା ମଧ୍ୟରେ ଏକତା ଭାବ ସମ୍ପର୍କରେ ଅବଗତ କରାଇଥିଲେ। ପୂର୍ବରୁ ଆୟୋଜିତ ବକୃତା ଏବଂ ମୁରୁଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। ଏହି ଦିବସ ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦ୍ବାରା ପ୍ରସ୍ତାବନା ପାଠ କରାଯାଇଥିଲା। ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ କାହ୍ନୁଚରଣ ବରଡ ମଞ୍ଚ ପରିଚାଳନା କରିଥିଲେ। ଶେଷରେ +୩ ଜାତୀୟ ସେବା ଯୋଜନା ଅଧିକାରୀ ସୁନୀତା କୁମାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande