ନିର୍ମାଣ ବିଭାଗ ଓ ଓବିସିସି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
୨୦୨୬-୨୭ ଆର୍ôଥକ ବର୍ଷରେ ୨,୦୦୦ କୋଟି ଟଙ୍କାର କାର୍ଯ୍ୟ ପ୍ରଦାନ କରିବ ନିର୍ମାଣ ବିଭାଗ - ସଡ଼କ, ସେତୁ, ଫ୍ଲାଏଓଭର, ମନ୍ଦିର ଓ ମେଡିକାଲ କଲେଜ ଆଦି ଭିତିଭୂମି ପ୍ରକଳ୍ପକୁ ଗୁରୁତ୍ୱ ଭୁବନେଶ୍ୱର, ୨୬ ନଭେମ୍ବର(ହି.ସ) - ରାଜ୍ୟର ଭିତିଭୂମି ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ଜନକଲ୍
moou


- ୨୦୨୬-୨୭ ଆର୍ôଥକ ବର୍ଷରେ ୨,୦୦୦ କୋଟି ଟଙ୍କାର କାର୍ଯ୍ୟ ପ୍ରଦାନ କରିବ ନିର୍ମାଣ ବିଭାଗ

- ସଡ଼କ, ସେତୁ, ଫ୍ଲାଏଓଭର, ମନ୍ଦିର ଓ ମେଡିକାଲ କଲେଜ ଆଦି ଭିତିଭୂମି ପ୍ରକଳ୍ପକୁ ଗୁରୁତ୍ୱ

ଭୁବନେଶ୍ୱର, ୨୬ ନଭେମ୍ବର(ହି.ସ) - ରାଜ୍ୟର ଭିତିଭୂମି ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ଜନକଲ୍ୟାଣମୂଳକ ଓ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମର୍ମରେ ୨୦୨୬-୨୭ ଆର୍ôଥକ ବର୍ଷ ପାଇଁ ନିର୍ମାଣ ବିଭାଗ ଏବଂ ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନ୍ ଲିମିଟେଡ୍ (ଓବିସିସି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଲୋକସେବା ଭବନ ସ୍ଥିତ ନିର୍ମାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ନିର୍ମାଣ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଏବଂ ଓବିସିସି ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।

ଏହି ବୁଝାମଣାପତ୍ର ଅନୁଯାୟୀ, ୨୦୨୬-୨୭ ଆର୍ôଥକ ବର୍ଷରେ ନିର୍ମାଣ ବିଭାଗ ଓବିସିସିକୁ ୨,୦୦୦ କୋଟି ଟଙ୍କାର କାର୍ଯ୍ୟ ପ୍ରଦାନ କରିବ । ଏହାଦ୍ୱାରା ରାଜ୍ୟରେ ବୃହତ୍ ଭିତିଭୂମି ପ୍ରକଳ୍ପଗୁଡ଼ିକର ଯୋଜନାବଦ୍ଧ କାର୍ଯ୍ୟାନ୍ୱୟନ ଓ ତ୍ୱରିତ ସମ୍ପାଦନକୁ ଗୁରୁତ୍ୱ ମିଳିବ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାଜ୍ୟର ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଉନ୍ନତୀକରଣକୁ ସାମିଲ କରାଯାଇଛି। କେଉଁଝର ଘଟଗାଁର ମା ତାରିଣୀ ମନ୍ଦିର, ସମ୍ବଲପୁରର ମା' ସମଲେଶ୍ୱରୀ ମନ୍ଦିର, ଜଗତସିଂହପୁରର ମା ସାରଳା ମନ୍ଦିର, ଯୋରନ୍ଦାର ଶୂନ୍ୟ ମନ୍ଦିର, ଖୋର୍ଦ୍ଧାର ମା' ଉଗ୍ରତାରା ମନ୍ଦିର ଓ ମା' ଭଗବତୀ ମନ୍ଦିରର ବିକାଶ ଏଥିରେ ଅନ୍ତର୍ଭୁକ୍ତ। ଏହାବ୍ୟତୀତ ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ପ୍ରକଳ୍ପର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯିବ।

ସେହିପରି ରାଜ୍ୟର ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ଶିକ୍ଷାର ଭିତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ କଟକର ଏସ୍?ସିବି ମେଡିକାଲ କଲେଜ, ବୁର୍ଲାର ଭିମ୍ସାର ଏବଂ ବ୍ରହ୍ମପୁରର ଏମ୍କେସିଜି ମେଡିକାଲ କଲେଜରେ ବିଭିନ୍ନ ନିର୍ମାଣ ଓ ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯିବ।

ସଡ଼କ ଓ ସେତୁ ଭିତିଭୂମି କ୍ଷେତ୍ରରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରହିଛି। ଭୁବନେଶ୍ୱରର ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଫ୍ଲାଏଓଭର ନିର୍ମାଣ, ବଡ଼ବିଲ ରିଙ୍ଗ୍ ରୋଡ୍, ଗଞ୍ଜାମର ଗେଟ୍ ବଜାର ଫ୍ଲାଏ ଓଭର ସହ କାଠଯୋଡ଼ି, ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀ ଉପରେ ହାଇଲେଭଲ୍ ସେତୁ ନିର୍ମାଣ ଭଳି ପ୍ରକଳ୍ପ ଏହି ବୁଝାମଣାପତ୍ର ମାଧ୍ୟମରେ କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟ ରହିଛି । ଏହାଦ୍ୱାରା ରାଜ୍ୟର ବିଭିନ୍ନ ଅଂଜଳରେ ଯାତାୟାତ ବ୍ୟବସ୍ଥା ସୁଗମ ହେବା ସହ ସ୍ଥାନୀୟ ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ ।

କୃଷି ଓ ଗ୍ରାମୀଣ ଭିତିଭୂମିର ବିକାଶ ପାଇଁ ମଡେଲ ଧାନମଣ୍ଡି ନିର୍ମାଣ, ଜନସାଧାରଣଙ୍କ ସୁବିଧା ନିମନ୍ତେ ରାଜଧାନୀ ଭୁବନେଶ୍ୱରରେ ଜନଆଶ୍ରୟ ଭବନ ନିର୍ମାଣ ସହ ବିଭିନ୍ନ ସ୍ଥାନରେ ଆଧୁନିକ ବସ୍ଷ୍ଟାଣ୍ଡ ନିର୍ମାଣ ଓ ଉନ୍ନତୀକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯିବ। ଏଥିସହ କେନ୍ଦୁଝରଠାରେ ଆଂଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ନିର୍ମାଣ ପ୍ରକଳ୍ପକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବୁଝାମଣାପତ୍ରରେ ନିର୍ମାଣ ବିଭାଗ ଓ ଅର୍ଥ ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରକଳ୍ପଗୁଡ଼ିକର ତଦାରଖ ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ମଧ୍ୟ ବ୍ୟବସ୍ଥା ରହିଛି ।

ଏହି ବୈଠକରେ ନିର୍ମାଣ ବିଭାଗ ଓ ଓବିସିସିର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande