ଫାଇଭ-ଟି ସ୍କୁଲ ଅର୍ଥ ହେରଫେର ନେଇ ତଦନ୍ତ ହେବ
ଭୁବନେଶ୍ୱର, 27 ନଭେମ୍ବର (ହି.ସ.)- ଫାଇଭ-ଟି ସ୍କୁଲ ଅର୍ଥ ହେରଫେର ନେଇ ତଦନ୍ତ ହେବ । ବିଧାୟକଙ୍କ ଦାବିକୁ ଗ୍ରହଣ କରି ଗଣଶିକ୍ଷା ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ହେଲେ କାର୍ଯାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ଫାଇଭ- ଟି ଯୋଜନାରେ ସି
ଫାଇଭ-ଟି ସ୍କୁଲ ଅର୍ଥ ହେରଫେର ନେଇ ତଦନ୍ତ ହେବ


ଭୁବନେଶ୍ୱର, 27 ନଭେମ୍ବର (ହି.ସ.)- ଫାଇଭ-ଟି ସ୍କୁଲ ଅର୍ଥ ହେରଫେର ନେଇ ତଦନ୍ତ ହେବ । ବିଧାୟକଙ୍କ ଦାବିକୁ

ଗ୍ରହଣ କରି ଗଣଶିକ୍ଷା ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ହେଲେ କାର୍ଯାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ, ଫାଇଭ- ଟି ଯୋଜନାରେ ସିଏସଆରଓ ଓମବାର୍ଡସି ଫଣ୍ଡ ସହ ମନରେଗାଅର୍ଥ ଖର୍ଚ୍ଚ କରି ସ୍କୁଲ

ରୂପାନ୍ତରିକରଣ କାର୍ଯ୍ୟ କରାଯାଇଥିଲା । 387 କୋଟି 90 ଲକ୍ଷ ପ୍ରୋଜେକ୍ଟ କଷ୍ଟ ଥିଲା । 1706 କୋଟି 31 ଲକ୍ଷ ଟଙ୍କାର ୟୁସିଦାଖଲ ହୋଇଛି । ପ୍ରକୃତ ୟୁସିକେତେ ତାହା ସଂଗ୍ରହ କରା

ଯାଇପାରିନାହିଁ । ପ୍ରଶ୍ନକାଳରେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଏଭଳି ଉତ୍ତର

ରଖିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । . ମନ୍ତ୍ରୀ କହିଛନ୍ତି ନୂଆ ସରକାର

ଶିକ୍ଷାର ବିକାଶ ପାଇଁ ନୂଆ ପଦକ୍ଷେପ ନିଆଯାଇଛି । ଗତ ସରକାରରେ ଫାଇଭ-ଟିସ୍କୁଲ ଭିତ୍ତିଭୂମିରେ ଅର୍ଥ

ଠିକ୍ ଭାବେ ଖର୍ଚ୍ଚ ହୋଇନାହିଁ। କାହାର କିଛି ହିସାବ ନାହିଁ। ଏଥିପାଇଁ ତଦନ୍ତ ଦାବି କରିଥିଲେ

ବିଜେପି ବିଧାୟକ ଇରାଶିଶ ଆଚାର୍ଯ୍ୟ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande