
କେନ୍ଦ୍ରାପଡ଼ା, ୨୭ ନଭେମ୍ବର (ହି.ସ.) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) କେନ୍ଦ୍ରାପଡ଼ା ଜିଲ୍ଲା ତରଫରୁ ଆଜି ଛାତ୍ର ନେତା ସମ୍ମିଳନୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ତିନିମୁହାଣୀ ରାମ ମନ୍ଦିର ପ୍ରାଙ୍ଗଣରୁ ପ୍ରାୟ ୧୦୦୦ ସଂଖ୍ୟାରେ ଛାତ୍ର ନେତା ଏକ ବିଶାଳ ଶୋଭାଯାତ୍ରାରେ ବାହାରି କେନ୍ଦ୍ରାପଡ଼ା ଉଦୟନଗର ସ୍ଥିତ ସଂସ୍କୃତି ଭବନରେ ପହଂଚିଥିଲେ।ଜିଲ୍ଲାର ବିଭିନ୍ନ କଲେଜରୁ ଶତାଧିକ ଛାତ୍ର ନେତା କୋଣ ଅନୁକୋଣରୁ ଆସିଥିଲେ। ସଂସ୍କୃତି ଭବନରେ ୧୦୦୦ ରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଛାତ୍ର ନେତା ଉପସ୍ଥିତ ରହି ସମ୍ମିଳନୀକୁ ସଫଳ କରିଥିଲେ।ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀ ବୁଦ୍ଧଦେବ ବାଘ, ରାଜ୍ୟ ଉପ-ସଭାପତି ଶ୍ରୀ ବୈଲୋଚନ ଦାସ, ରାଜ୍ୟ ଯୁଗ୍ମ ସମ୍ପାଦିକା ସୁଶ୍ରୀ ତୁଳସୀ ମଲ୍ଲିକ, କଟକ ବିଭାଗ ସଂଯୋଜକ ଶ୍ରୀ ଦେବ ପ୍ରସାଦ ବେହେରା, ଜିଲ୍ଲା ପ୍ରମୁଖ ଅଧ୍ୟାପକ ରନେଶ କୁମାର ସାହୁ ଓ ଜିଲ୍ଲା ସଂଯୋଜକ ଜଗନ୍ନାଥ ସାମଲ ଉପସ୍ଥିତ ରହି ଛାତ୍ର ନେତାମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ଏହି ଅବସରରେ ଅତିଥିମାନେ ଛାତ୍ର ଶକ୍ତି, ରାଷ୍ଟ୍ର ନିର୍ମାଣ ଓ ସଂଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଶେଷରେ ଜିଲ୍ଲା ପ୍ରମୁଖ ଶ୍ରୀ ରନେଶ କୁମାର ସାହୁ ସମସ୍ତ ଅତିଥି ଓ ଛାତ୍ର ନେତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି