ସୁବର୍ଣ୍ଣପୁରରେ ପୋଷ୍ୟ ସନ୍ତାନ ସଚେତନତା ମାସ-୨୦୨୬ର ଶୁଭାରମ୍ଭବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ ପୋଷ୍ୟ ସନ୍ତାନ ଗ୍ରହଣ ସରକାରଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଓ ମାନବିକ କାର୍ଯ୍ୟକ୍ରମ : ଜିଲ୍ଲାପାଳ
ସୁବର୍ଣ୍ଣପୁର, 27 ନଭେମ୍ବର (ହି.ସ.)ପୋଷ୍ୟ ସନ୍ତାନ ସଚେତନତା ମାସ-୨୦୨୬ ଅବସରରେ ଶୁକ୍ରବାର ଦିନ ସକାଳ ୧୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍
ସୁବର୍ଣ୍ଣପୁରରେ ପୋଷ୍ୟ ସନ୍ତାନ ସଚେତନତା ମାସ-୨୦୨୬ର ଶୁଭାରମ୍ଭବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ ପୋଷ୍ୟ ସନ୍ତାନ ଗ୍ରହଣ ସରକାରଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଓ ମାନବିକ କାର୍ଯ୍ୟକ୍ରମ : ଜିଲ୍ଲାପାଳ


ସୁବର୍ଣ୍ଣପୁର, 27 ନଭେମ୍ବର (ହି.ସ.)ପୋଷ୍ୟ ସନ୍ତାନ ସଚେତନତା ମାସ-୨୦୨୬ ଅବସରରେ ଶୁକ୍ରବାର ଦିନ ସକାଳ ୧୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଡଃ ଦେବାଶିଷ ସିଂହ ଶୁଭ ଉଦ୍ଘାଟନ କରିଥିଲେ।

ଏହି ଅବସରରେ ଜିଲ୍ଲାପାଳ ଡଃ ସିଂହ କହିଥିଲେ ଯେ, ପୋଷ୍ୟ ସନ୍ତାନ ଗ୍ରହଣ ସରକାରଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଓ ମାନବିକ କାର୍ଯ୍ୟକ୍ରମ। ଏହା ମାଧ୍ୟମରେ ଅସହାୟ ଓ ପରିତ୍ୟକ୍ତ ଶିଶୁମାନେ ଏକ ସୁରକ୍ଷିତ ପରିବାର ଓ ସ୍ନେହପୂର୍ଣ୍ଣ ପରିବେଶ ପାଇପାରିବେ। ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରି ଏହି ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ଏଥିସହ ଉତ୍କଳ ବାଳାଶ୍ରମରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କୁ ଆବଶ୍ୟକୀୟ ସମସ୍ତ ସୁବିଧା ଓ ସୁଯୋଗ ଯୋଗାଇଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେର କହିଥିଲେ ଯେ, ସନ୍ତାନ ନଥିବା ଦମ୍ପତିମାନେ ସରକାରୀ ନିୟମ ଅନୁଯାୟୀ ସହଜ ଓ ସରଳ ଉପାୟରେ କା ରା (CARA) ପୋର୍ଟାଲରେ ପଞ୍ଜୀକରଣ କରି ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାରେ ସାମିଲ ହୋଇପାରିବେ।

ସମ୍ମାନିତ ବକ୍ତା ଭାବେ ଉପଜିଲ୍ଲାପାଳ ଶ୍ରୀମତୀ ସୌମ୍ୟରୂପା ରଥ ଯୋଗଦେଇ ସାରା ଦେଶରେ ପ୍ରାୟ ତିନି ହଜାର ନିଃସନ୍ତାନ ଦମ୍ପତି ପୋଷ୍ୟ ସନ୍ତାନ ପାଇବା ପାଇଁ ଅପେକ୍ଷାରତ ଥିବା ବିଷୟ ଉଲ୍ଲେଖ କରିଥିଲେ। ଏଥିସହ ଅସହାୟ ଶିଶୁମାନଙ୍କର ଉପଯୁକ୍ତ ଯତ୍ନ, ସୁରକ୍ଷା ଓ ଥଇଥାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟତମ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ଉଷାରାଣୀ ଦାସ, ଚାଇଲ୍ଡ ହେଲ୍ପଲାଇନ୍ ଡିପିସି ଶ୍ରୀ ସୁଜିତ ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ବୀଣାପାଣି ମିଶ୍ର, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ କନ୍ୟା କୁମାରୀ ସାହୁ, ଡୁଙ୍ଗୁରିପାଲି ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ମୌସୁମୀ ମହାନ୍ତି, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଲୀନା ବାବୁ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ସଂଯୁକ୍ତା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଯମୁନା ପ୍ରଧାନ, ଅତିରିକ୍ତ ତହସିଲଦାର ଶ୍ରୀ ସୁବାସ ଚନ୍ଦ୍ର ଭୋଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ତପସ୍ୱିନୀ ଶତପଥୀ ଓ ଜିଲ୍ଲା ସାମାଜିକ ବିକାଶ କାର୍ଯ୍ୟାଳୟର ସୁରକ୍ଷା ଅଧିକାରୀ ଶ୍ରୀମତୀ ଅଞ୍ଜନା କିଶାନ ପ୍ରମୁଖ ଯୋଗଦେଇଥିଲେ।

ବକ୍ତାମାନେ ନିଜ ନିଜ ମତ ରଖି ପ୍ରତ୍ୟେକ ପଞ୍ଚାୟତରେ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ସଚେତନତା ଅଭିଯାନକୁ ବ୍ୟାପକ କରିବା ସହ ଆଇନସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାକୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌତମ ମହାପାତ୍ର କହିଥିଲେ ଯେ, ଚଳିତ ବର୍ଷ ଓ ଆଗାମୀ ଦିନରେ ଆଇନସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାକୁ ଅଧିକ ପ୍ରୋତ୍ସାହିତ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ବୈଧ ପୋଷ୍ୟ ସନ୍ତାନ ଗ୍ରହଣ ମାଧ୍ୟମରେ ଶିଶୁମାନଙ୍କର ସୁରକ୍ଷିତ ଶୈଶବ, ଉପଯୁକ୍ତ ଯତ୍ନ ଓ ସାମଗ୍ରିକ ବିକାଶ ସୁନିଶ୍ଚିତ ହେବା ସହ ଏକ ବିକଶିତ ଭାରତ ଗଠନରେ ସହାୟକ ହୋଇପାରିବ।

କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଥବିର କଲସେ, ବିଶ୍ୱଜିତ ଚାନ୍ଦ, ମୃତ୍ୟୁଞ୍ଜୟ ସାହୁ, ସ୍ୱାଗତରାଜ ମିଶ୍ର, ସରିତା ସୁନା, ଜିତେନ୍ଦ୍ର ମଣ୍ଡଳ, ଅନିଲ ମହାଳା ଓ ମାନିନୀ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ମ୍ୟାନେଜର ଶ୍ରୀ ସୁମନ୍ତ ଜୟ ପୁରିଆ ସଂଯୋଜଜ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଶିଶୁମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।

ଶେଷରେ ସୁରକ୍ଷା ଅଧିକାରୀ ଶ୍ରୀ ବିଜୟ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥିମାନେ ପୋଷ୍ୟ ସନ୍ତାନ ସଚେତନତା ଅଭିଯାନର ଶୁଭାରମ୍ଭ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande