ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ଦ୍ୱାରା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି
ଗଂଜାମ, 27 ନଭେମ୍ବର (ହି.ସ.) ପ୍ରତିବର୍ଷ ପରି ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ବୀର ଜବାନଙ୍କ ସ୍ମୃତି ଓ ଶ୍ରଦ୍ଧାଞ୍ଜଳି ସଭାପତି ଗାନ୍ଧୀ ନଗର ମୁଖ୍ୟଛକସ୍ଥିତ ଗାନ୍ଧୀ ମୂର୍ତ୍ତି ନିକଟରେ ସଭାପତି ଡକ୍ଟର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷ
Qwrtyuui


ଗଂଜାମ, 27 ନଭେମ୍ବର (ହି.ସ.) ପ୍ରତିବର୍ଷ ପରି ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ବୀର ଜବାନଙ୍କ ସ୍ମୃତି ଓ ଶ୍ରଦ୍ଧାଞ୍ଜଳି ସଭାପତି ଗାନ୍ଧୀ ନଗର ମୁଖ୍ୟଛକସ୍ଥିତ ଗାନ୍ଧୀ ମୂର୍ତ୍ତି ନିକଟରେ ସଭାପତି ଡକ୍ଟର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା || ଏହି ମହାନ ଦେଶପ୍ରେମ କାର୍ଯ୍ୟକ୍ରମରେ ସମ୍ପାଦକ ମହମଦ ଆସଲାମ, ସାଙ୍ଗଠନିକ ସମ୍ପାଦକ ପାର୍ବତୀ ପ୍ରସାଦ ପାଢ଼ୀ, ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଲାଲବାହାଦୁର ପଟନାୟକ, ସୁବାସ ଚନ୍ଦ୍ର ପଟନାୟକ, ସଞ୍ଜୟ ଅଚାରୀ,ଏମ ଚନ୍ଦ୍ର ଶେଖର ରେଡ୍ଡୀ,ଟି ତେଜେଶ୍ୱର ରାଓ, କିଶୋର ଚନ୍ଦ୍ର ସାହୁ, ନରସିଂହ ପାଣିଗ୍ରାହୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ || ରୟାଲ ଓରକେଷ୍ଟ୍ରର ନିର୍ଦେଶକ ରମେଶ ସେଠି ଓ ପ୍ରଖ୍ୟାତ ସାମ୍ବାଦିକ ଓ ଗାୟକ ସୁଦିପକୁମାର ସାହୁ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ || 26/11 ଆତଙ୍କବାଦୀ ଆକ୍ରମଣରେ ଶହୀଦ ବୀର ଯବାନ ମାନଙ୍କ ଉର୍ଦେଶ୍ୟରେ ଏକ ମିନଟର ନିରବ ପ୍ରାର୍ଥନା କରାଯାଇଥିଲା || ବିଭିନ୍ନ ବକ୍ତା ଏହି ସହିଦଙ୍କ ସର୍ବୋଚ୍ଚ ତ୍ୟାଗ ଓ ନିଷ୍ଠା ବିଷୟରେ ଆଲୋଚନାକରି ଶ୍ରଦ୍ଧାସୁମନ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ କରିଥିଲେ || ଏହି ଅବସରରେ ରମେଶ ସେଠି, ସୁଦିପ ସାହୁ ଓ ଅନ୍ୟ କଣ୍ଠଶିଳ୍ପୀ ମାନେ ଦେଶପ୍ରେମ ସଂଗୀତ ପରିବେଷଣ କରିଥିଲେ || ଶେଷରେ ଜାତୀୟ ସଂଗୀତ ଗାନ କରାଯାଇଥିଲା ||

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande