ବାଲ୍ୟବିବାହମୁକ୍ତ ଭାରତ ଗଠନ ପାଇଁ ଶେରଗଡ଼ ବ୍ଲକର ୨୨ ପଞ୍ଚାୟତରେ ଶପଥ ପାଠ
ଗଞ୍ଜାମ, ୨୭ ନଭେମ୍ବର (ହି.ସ.): ବାଲ୍ୟବିବାହମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ଅନ୍ତର୍ଗତ ୨୨ଟି ପଞ୍ଚାୟତରେ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଶେରଗଡ଼ ଆଇସିଡିଏସ୍‌ର ସିଡିପିଓ ମମତାଞ୍ଜଳି ପଣ୍ଡାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସ
ବାଲ୍ୟ ବିବାହ ମୁକ୍ତ


ଗଞ୍ଜାମ, ୨୭ ନଭେମ୍ବର (ହି.ସ.): ବାଲ୍ୟବିବାହମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ଅନ୍ତର୍ଗତ ୨୨ଟି ପଞ୍ଚାୟତରେ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଶେରଗଡ଼ ଆଇସିଡିଏସ୍‌ର ସିଡିପିଓ ମମତାଞ୍ଜଳି ପଣ୍ଡାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, କୁଳପୁରୋହିତ, ବାରିକ, କ୍ୟାଟରିଂ ଓ ଡିଜେ ସଂଚାଳକ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ମା' ଓ କିଶୋରୀମାନଙ୍କ ସମେତ ସରପଞ୍ଚ, ସମିତି ସଭ୍ୟସଭ୍ୟା ଏବଂ ଅଞ୍ଚଳ ପରିଦର୍ଶିକାମାନେ ଯୋଗଦେଇଥିଲେ।

ସମସ୍ତେ ଏକତ୍ରିତ ହୋଇ ବାଲ୍ୟବିବାହ ରୋକିବା, ଶିଶୁ ଅଧିକାରର ସୁରକ୍ଷା କରିବା ଏବଂ ସମାଜରେ ଏ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ନିମନ୍ତେ ଶପଥ ଗ୍ରହଣ କରିଥିଲେ।

ବାଲ୍ୟବିବାହ ଭଳି ସାମାଜିକ କୁପ୍ରଥାର ମୂଳୋତ୍ପାଟନ ପାଇଁ ସମାଜର ସମସ୍ତ ବର୍ଗର ଲୋକଙ୍କ ସହଯୋଗ ଓ ସକ୍ରିୟ ଭାଗୀଦାରି ଜରୁରୀ ବୋଲି ଏହି ଅଭିଯାନ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande