ବ୍ରାହ୍ମଣ ସମାଜ (ସାଧାରଣ ବର୍ଗର)ବିଧାନସଭା ସମ୍ମୁଖରେ ଗଣ ଆନ୍ଦୋଳନ
ବଲାଙ୍ଗିର, ୨୭ ନଭେମ୍ବର (ହି.ସ.)- ଜିଲ୍ଲା ବ୍ରାହ୍ମଣ ମହାସଭାର ଜରୁରୀ କାର୍ଯ୍ୟକାରୀ ବୈଠକ ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ନରେନ୍ଦ୍ର କୁ:ଆଚାର୍ଯ୍ଯ ପୂର୍ବ ବୈଠକର ବିବରଣୀ ପଠନ କରିବା ସହି
ବ୍ରାହ୍ମଣ ସମାଜ (ସାଧାରଣ ବର୍ଗର)ବିଧାନ ସଭା ସମ୍ମୁଖରେ  ଗଣ ଆନ୍ଦୋଳନ।


ବଲାଙ୍ଗିର, ୨୭ ନଭେମ୍ବର (ହି.ସ.)- ଜିଲ୍ଲା ବ୍ରାହ୍ମଣ ମହାସଭାର ଜରୁରୀ କାର୍ଯ୍ୟକାରୀ ବୈଠକ ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ନରେନ୍ଦ୍ର କୁ:ଆଚାର୍ଯ୍ଯ ପୂର୍ବ ବୈଠକର ବିବରଣୀ ପଠନ କରିବା ସହିତ ବର୍ତ୍ତମାନ ଆନ୍ଦୋଳନ ବାବଦରେ ଆସିଥିବା ରାଜ୍ୟ ସ୍ତରୀୟ ପତ୍ର ବିଷୟରେ ସୂଚନା ପ୍ରଦାନ କରିଥିଲେ। ଯାହାକି ସଭାରେ ସର୍ବସମ୍ମତିକ୍ରମେ ଦୃଢୀକରଣ ହୋଇ ଅନୁମୋଦନ ଲାଭ କଲା।

ଗୁରୁତ୍ବପୂର୍ଣ କଥା ହେଲା, ଆସନ୍ତା ୨୯ ତାରିଖ ସକାଳ ୧୦ଟା ସମୟରେ ଭୁବନେଶ୍ଵର, ବିଧାନସଭା ସମ୍ମୁଖରେ ସାଧାରଣ ବର୍ଗର(ବ୍ରାହ୍ମଣ, କ୍ଷତ୍ରୀୟ, ଖଣ୍ଡାୟତ) ଯୁଜିସି ରୋଲ ବ୍ୟାକ, ଫଲ୍ସ ଏସସି, ଏସଟି, କେସ ରୋଲ ବ୍ୟାକ, କାଷ୍ଟ ରିଜରଭେସନ ରୋଲ ବ୍ୟାକ ଦାବୀ ଓ ପ୍ରତ୍ୟାହାରକୁ ନେଇ ଆନ୍ଦୋଳନ ନିମନ୍ତେ ପ୍ରତ୍ୟେକ ପରିବାରକୁ ଅନୁରୋଧ ଭବିଷ୍ୟତ ପୀଢିକୁ ଆଖି ଆଗରେ ରଖି ଅତି କମରେ ୧ ଜଣ ଜିଲାରୁ ଶତାଧିକ ଯିବା ସଙ୍ଗେ ସଙ୍ଗେ ଭୁବନେଶ୍ବରରେ ଥିବା ଚାକିରୀଆ, ଛାତ୍ର ଛାତ୍ରୀ, ବନ୍ଧୁ ବର୍ଗ ଯୋଗଦାନ କରି ସାଫଲ୍ୟ ମଣ୍ଡିତ କରିବା ପାଇଁ ନିଷ୍ପତ୍ତି ନିଆଗଲା।

ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠୀ, ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ଏହି ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande