ଦିଲ୍ଲୀରେ ବିନା ପାସପୋର୍ଟ ଓ ଭିସାରେ ରହୁଥିବା ବାଂଲାଦେଶୀ ପରିବାର ଧରାପଡ଼ିଲେ, ଦୁଇ ଶିଶୁ ମଧ୍ୟ ସାମିଲ
ନୂଆଦିଲ୍ଲୀ, ୨୭ ନଭେମ୍ବର (ହି.ସ.)। ଦିଲ୍ଲୀରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଚାଲିଥିବା ଅଭିଯାନ ଅନ୍ତର୍ଗତ ଉତ୍ତର ଜିଲ୍ଲା ପୁଲିସ ବାଡ଼ା ହିନ୍ଦୁରାଓ ଅଞ୍ଚଳରୁ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କୁ ଧରିଛି। ଏଥିରେ ଦୁଇ ଜଣ ନାବାଳକ ଶିଶୁ ମଧ୍ୟ ସାମିଲ ଅଛନ୍ତି। ପ
ଦିଲ୍ଲୀରେ ବିନା ପାସପୋର୍ଟ ଓ ଭିସାରେ ରହୁଥିବା ବାଂଲାଦେଶୀ ପରିବାର ଧରାପଡ଼ିଲେ, ଦୁଇ ଶିଶୁ ମଧ୍ୟ ସାମିଲ


ନୂଆଦିଲ୍ଲୀ, ୨୭ ନଭେମ୍ବର (ହି.ସ.)। ଦିଲ୍ଲୀରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଚାଲିଥିବା ଅଭିଯାନ ଅନ୍ତର୍ଗତ ଉତ୍ତର ଜିଲ୍ଲା ପୁଲିସ ବାଡ଼ା ହିନ୍ଦୁରାଓ ଅଞ୍ଚଳରୁ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କୁ ଧରିଛି। ଏଥିରେ ଦୁଇ ଜଣ ନାବାଳକ ଶିଶୁ ମଧ୍ୟ ସାମିଲ ଅଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ଯାଞ୍ଚରୁ ସମସ୍ତେ ବାଂଲାଦେଶୀ ନାଗରିକ ବୋଲି ସ୍ପଷ୍ଟ ହୋଇଛି। ଭାରତରେ ରହିବା ପାଇଁ ସେମାନଙ୍କ ପାଖରେ ବୈଧ ପାସପୋର୍ଟ ଓ ଭିସା ନଥିଲା। ଏହାପରେ ସମସ୍ତଙ୍କର ଡାକ୍ତରୀ ପରୀକ୍ଷା କରାଯାଇ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (ଏଫଆରଆରଓ) ସମ୍ମୁଖରେ ହାଜର କରାଯାଇଥିଲା। ଏଫଆରଆରଓଙ୍କ ନିର୍ଦ୍ଦେଶ ଅନୁସାରେ ବର୍ତ୍ତମାନ ସମସ୍ତଙ୍କ ଯାତାୟାତକୁ ସରାଇ ରୋହିଲ୍ଲାସ୍ଥିତ ସେବା ସଦନ ମଧ୍ୟରେ ସୀମିତ ରଖାଯାଇଛି।

ପୁଲିସ କହିଛି ଯେ, ବିଦେଶୀ ନାଗରିକମାନେ ବେଆଇନ ଭାବେ ରହୁଥିବା ନେଇ ସୂଚନା ମିଳିବା ପରେ ଉତ୍ତର ଜିଲ୍ଲାର ଆଣ୍ଟି ନାର୍କୋଟିକ୍ସ ସେଲ୍, ସ୍ପେଶାଲ ଟାସ୍କ ଫୋର୍ସ ଓ ଫରେନର୍ସ ସେଲ୍ର ଏକ ମିଳିତ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ କରିଥିଲା। ଟିମ୍ ବାଡ଼ା ହିନ୍ଦୁରାଓସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ ନିକଟରେ ଚଢ଼ାଉ କରି ମହମ୍ମଦ ଜାହାଙ୍ଗୀର ହୁସେନ (୫୦)ଙ୍କୁ ଧରିଥିଲା। ପଚରାଉଚରା ସମୟରେ ସେ ନିଜକୁ ବାଂଲାଦେଶର ନାଗରିକ ବୋଲି କହିବା ସହ ବୈଧ ଯାତ୍ରା ଓ ଆପ୍ରବାସନ ସମ୍ବନ୍ଧୀୟ କାଗଜପତ୍ର ବିନା ପରିବାର ସହ ଭାରତରେ ରହୁଥିବା ସ୍ୱୀକାର କରିଥିଲେ।

ଏହାପରେ ପୁଲିସ ତାଙ୍କ ପରିବାରର ଅନ୍ୟ ୫ ଜଣ ସଦସ୍ୟଙ୍କୁ ଖୋଜି ବାହାର କରି ହେପାଜତକୁ ନେଇଥିଲା। ସେମାନେ ହେଲେ କୋହିନୁର (୪୦), ନୁର ମହମ୍ମଦ (୨୦), ଆସିଫ (୧୮) ଏବଂ ୧୨ ଓ ୧୦ ବର୍ଷ ବୟସର ଦୁଇ ଜଣ ନାବାଳକ ଶିଶୁ। ପୁଲିସ ସମସ୍ତଙ୍କ କାଗଜପତ୍ର ଯାଞ୍ଚ କରିଥିଲା। ଏଥିରୁ ସେମାନଙ୍କ ବାଂଲାଦେଶୀ ନାଗରିକତା ସମ୍ପର୍କିତ ଦସ୍ତାବିଜ୍ ମିଳିଥିଲା। ଯାଞ୍ଚରୁ ଏହା ମଧ୍ୟ ଜଣାପଡ଼ିଥିଲା ଯେ, ପରିବାରଟି ଦିଲ୍ଲୀର ସଦର ବଜାରସ୍ଥିତ ଆଜାଦ ମାର୍କେଟ ଅଞ୍ଚଳରେ ରହୁଥିଲା।

ପୁଲିସ ସମସ୍ତ ୬ ଜଣଙ୍କର ଅରୁଣା ଆସଫ ଅଲ୍ଲୀ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଇଥିଲା। ଏହାପରେ ନଭେମ୍ବର ୨୬ ତାରିଖରେ ସେମାନଙ୍କୁ ଦିଲ୍ଲୀର ଏଫଆରଆରଓ ସମ୍ମୁଖରେ ହାଜର କରାଯାଇଥିଲା। ନାଗରିକତା ସମ୍ପର୍କିତ ଦସ୍ତାବିଜ୍ ଓ ପୁଲିସ ରିପୋର୍ଟ ଯାଞ୍ଚ କରିବା ପରେ ଏଫଆରଆରଓ ଇମିଗ୍ରେସନ୍ ଆଣ୍ଡ ଫରେନର୍ସ ଆକ୍ଟ, ୨୦୨୫ର ବ୍ୟବସ୍ଥା ଅନୁଯାୟୀ ପ୍ରତିବନ୍ଧକ ଆଦେଶ ଜାରି କରିଥିଲେ। ଏହି ଆଦେଶ ଅନୁସାରେ, ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ୬ ଜଣଙ୍କ ଯାତାୟାତକୁ ସରାଇ ରୋହିଲ୍ଲାର ଶାହଜାଦା ବାଗସ୍ଥିତ ସେବା ସଦନ ମଧ୍ୟରେ ସୀମିତ ରଖାଯାଇଛି।

ପୁଲିସ ଅନୁଯାୟୀ, ଏହି ପରିବାରର ସ୍ଥାୟୀ ଠିକଣା ବାଂଲାଦେଶର ନାରାୟଣଗଞ୍ଜ ଜିଲ୍ଲା ଅନ୍ତର୍ଗତ ସୋନାରଗାଓଁ ଥାନା ଅଞ୍ଚଳର ତ୍ରିପୁରଦୀ ଗାଁରେ ରହିଛି। ଗୁଇନ୍ଦା ସୂଚନା ଆଧାରରେ ତିନୋଟି ୟୁନିଟ୍ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟାନୁଷ୍ଠାନ କରିଥିବା ପୁଲିସ ଅଧିକାରୀମାନେ କହିଛନ୍ତି। ଯାଞ୍ଚ ପରେ ମାମଲାକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande