ବାଲ୍ୟ ବିବାହ ନିରାକରଣ ନିମନ୍ତେ କୋରାପୁଟ ଜିଲ୍ଲାରେ ସାମୂହିକ ଶପଥ ପାଠ
ଜୟପୁର, ୨୭ ନଭେମ୍ବର (ହି.ସ.)- ବାଲ୍ୟ ବିବାହ ଭଳି ସାମାଜିକ କୁପ୍ରଥାର ସମ୍ପୂର୍ଣ୍ଣ ନିରାକରଣ ଏବଂ ଏକ ବାଲ୍ୟ ବିବାହମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଆଜି କୋରାପୁଟ ଜିଲ୍ଲାରେ ବ୍ୟାପକ ସାମୂହିକ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଆଇଏଏସଙ୍କ ଉପସ୍ଥିତିରେ କୋରା
ବାଲ୍ୟ ବିବାହ ନିରାକରଣ ନିମନ୍ତେ କୋରାପୁଟ ଜିଲ୍ଲାରେ ସାମୂହିକ ଶପଥ ପାଠ


ଜୟପୁର, ୨୭ ନଭେମ୍ବର (ହି.ସ.)- ବାଲ୍ୟ ବିବାହ ଭଳି ସାମାଜିକ କୁପ୍ରଥାର ସମ୍ପୂର୍ଣ୍ଣ ନିରାକରଣ ଏବଂ ଏକ ବାଲ୍ୟ ବିବାହମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଆଜି କୋରାପୁଟ ଜିଲ୍ଲାରେ ବ୍ୟାପକ ସାମୂହିକ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଆଇଏଏସଙ୍କ ଉପସ୍ଥିତିରେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ବାଲ୍ୟ ବିବାହ ବନ୍ଦ କରିବା, ଶିଶୁଙ୍କ ଅଧିକାର ଓ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସମାଜରେ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସାମୂହିକ ଶପଥ ଗ୍ରହଣ କରିଥିଲେ।ଏହି ଅଭିଯାନକୁ ଜିଲ୍ଲାର ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଆୟୋଜନ କରାଯାଇଥିଲା। ଏଥିସହିତ ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଏବଂ ଗ୍ରାମାଞ୍ଚଳରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ସାମୂହିକ ଶପଥ ଗ୍ରହଣ କରିଥିଲେ। ଏହି ଜିଲ୍ଲାବ୍ୟାପୀ ଅଭିଯାନରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣ, ଛାତ୍ରଛାତ୍ରୀ, ଶିକ୍ଷକ, ଜନପ୍ରତିନିଧି, ସରକାରୀ କର୍ମଚାରୀ ଓ ବିଭିନ୍ନ ସ୍ତରର ଅଂଶୀଦାରମାନେ ସାମିଲ ହୋଇଥିଲେ। ବାଲ୍ୟ ବିବାହ ରୋକିବା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ସମଗ୍ର ସମାଜର ସାମୂହିକ ଦାୟିତ୍ୱ। ଏହି ଅଭିଯାନ ମାଧ୍ୟମରେ କୋରାପୁଟ ଜିଲ୍ଲାରେ ବାଲ୍ୟ ବିବାହମୁକ୍ତ ସମାଜ ଗଠନ ପାଇଁ ଏକ ଦୃଢ଼ ସାମୂହିକ ସଂକଳ୍ପ ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande