ପାଟଣା ବନାଞ୍ଚଳରେ ୨୯ ଟିକିଆ ହାତୀ ପଲ ଙ୍କ ଉପଦ୍ରବ , ଭାଙ୍ଗିଲେ ୨ ଘର
କେନ୍ଦୁଝର, 27 ନଭେମ୍ବର (ହି.ସ.) ଦୀର୍ଘଦିନର ବ୍ୟବଧାନ ପରେ କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ପୁଣି ଥରେ ଆରମ୍ଭ ହୋଇଛି ୨୯ ଟିକିଆ ହାତୀ ପଲଙ୍କ ଉପଦ୍ରବ।ହାତୀପଲ ୨ ଟି ଘର ଭାଙ୍ଗଥିବା ବେଳେ ଗୋଟିଏ ପରିବାର ଅଳ୍ପକେ ବର୍ତ୍ତୀଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ୨୯ ଟିକିଆ ହାତୀପଲ ମ
Elephant


କେନ୍ଦୁଝର, 27 ନଭେମ୍ବର (ହି.ସ.) ଦୀର୍ଘଦିନର ବ୍ୟବଧାନ ପରେ କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ପୁଣି ଥରେ ଆରମ୍ଭ ହୋଇଛି ୨୯ ଟିକିଆ ହାତୀ ପଲଙ୍କ ଉପଦ୍ରବ।ହାତୀପଲ ୨ ଟି ଘର ଭାଙ୍ଗଥିବା ବେଳେ ଗୋଟିଏ ପରିବାର ଅଳ୍ପକେ ବର୍ତ୍ତୀଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ୨୯ ଟିକିଆ ହାତୀପଲ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନାଞ୍ଚଳ ରୁ ଆସି କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳର ସାହାରପଡା ସେକ୍ସନ ରେ ପଶି ପାଚିଲା ଧାନ ଫସଲ ନଷ୍ଟ କରିବା ସହିତ କୁଚେଇବେଡା ଗ୍ରାମର କୁଞ୍ଜ ସିଂହ ଓ ଖଡିକାପଦା ଗ୍ରାମର ନାଥୁ ମୁଣ୍ଡାଙ୍କ ଘର ଭାଙ୍ଗଥିବା ଧାନ ଚାଉଳ ଖାଇ ଦେଇଥିଲେ । କାନ୍ଥଭାଙ୍ଗି ଚଉଳ ଖାଇବା ସମୟରେ କୁଞ୍ଜ ସିଂ ଙ୍କ ପରିବାର ସେହି ଘରେ ଶୋଇଥିଲେ । ହେଲେ ସେମାନେ ଅଳ୍ପକେ ବର୍ତ୍ତୀଯାଇଛନ୍ତି । ୨୯ ଟିକିଆ ହାତୀପଲ ଏବେ ପୁରୁଣା ପାଣି ସଂରକ୍ଷିତ ଜଙ୍ଗଲରେ ଥିବା ବେଳେ ବନବିଭାଗ ପକ୍ଷରୁ ହାତୀପଲ ଙ୍କ ଉପରେ ନଜର ରଖାଯିବା ସହ ହାତୀପଲ ଙ୍କ ନିକଟକୁ ନ ଯିବାକୁ ବନବିଭିଗ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande