ବାଂଲାଦେଶ ସରକାରଙ୍କ କଡ଼ା ଆଭିମୁଖ୍ୟ, କହିଲେ- ‘ଶେଖ୍ ହସିନା ଓ ତାଙ୍କ ପରିବାର ପାଇଁ ଆମ ଦେଶରେ କୌଣସି ସ୍ଥାନ ନାହିଁ’
ଢାକା (ବାଂଲାଦେଶ), ୨୭ ନଭେମ୍ବର (ହି.ସ.)। ବାଂଲାଦେଶରୁ କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଡିସେମ୍ବରରେ ସ୍ୱଦେଶ ଫେରିବା ନେଇ ଘୋଷଣା କରିଥିବା ବେଳେ ବାଂଲାଦେଶ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ହୁମାୟୁନ କବୀର ସ୍ପଷ୍ଟ ଭାବେ କହିଛନ୍ତି ଯେ, ଶେଖ୍ ହସି
ढाका में विदेश राज्यमंत्री हुमायूं कबीर ने 26 नवंबर को विदेश मंत्रालय में आयोजित संवाददाता सम्मेलन में। फोटो  - प्रोथोम अलो


ଢାକା (ବାଂଲାଦେଶ), ୨୭ ନଭେମ୍ବର (ହି.ସ.)। ବାଂଲାଦେଶରୁ କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଡିସେମ୍ବରରେ ସ୍ୱଦେଶ ଫେରିବା ନେଇ ଘୋଷଣା କରିଥିବା ବେଳେ ବାଂଲାଦେଶ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ହୁମାୟୁନ କବୀର ସ୍ପଷ୍ଟ ଭାବେ କହିଛନ୍ତି ଯେ, ଶେଖ୍ ହସିନା ଏବଂ ତାଙ୍କ ପରିବାର ପାଇଁ ଆମ ଦେଶରେ କୌଣସି ସ୍ଥାନ ନାହିଁ। ସେ ଡିସେମ୍ବରରେ ବାଂଲାଦେଶ ଫେରିବେ ନାହିଁ। ତାଙ୍କ ଫେରିବାର ଏକମାତ୍ର ରାସ୍ତା ହେଉଛି ପ୍ରତ୍ୟର୍ପଣ। ଗୁରୁବାର ମନ୍ତ୍ରଣାଳୟରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ।

ପ୍ରଥମ ଆଲୋ ଏବଂ ଦ ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ହୁମାୟୁନ କବୀର ଦାବି କରିଛନ୍ତି ଯେ, ଶେଖ୍ ହସିନା ଦୁଇ ଦେଶର ସମ୍ପର୍କ ମଧ୍ୟରେ ଏକ କଣ୍ଟା ସାଜିଛନ୍ତି ବୋଲି ଭାରତ ମଧ୍ୟ ଏବେ ଅନୁଭବ କରୁଛି। ହସିନାଙ୍କ 'ପାଗଳାମି'କୁ ଭାରତ ମଧ୍ୟ ବୁଝିବାକୁ ଲାଗିଛି ଏବଂ ତାଙ୍କ ଯୋଗୁଁ ନିଜକୁ ଅସହଜ ସ୍ଥିତିରେ ପାଉଛି ବୋଲି ସେ କହିଛନ୍ତି। ଡିସେମ୍ବରରେ ହସିନାଙ୍କ ଫେରିବା ସମ୍ଭାବନାକୁ ସେ ସମ୍ପୂର୍ଣ୍ଣ ଖାରଜ କରିଛନ୍ତି।

କବୀର କହିଛନ୍ତି, ଭାଇ, ଡିସେମ୍ବରରେ ଆଉ କେହି ଆସିବେ ନାହିଁ। ଡିସେମ୍ବରରେ କେବଳ ଶୀତ ଆସିବ। ଆପଣମାନେ ସ୍ୱେଟର କିଣି ରଖିବା ଉଚିତ। ତାଙ୍କ ଫେରିବା ନେଇ ଆଉ ଆଲୋଚନା କରିବାର କୌଣସି ଅର୍ଥ ନାହିଁ। ସେ ହାତକଡ଼ି ପିନ୍ଧି କିମ୍ବା କଡ଼ା ସୁରକ୍ଷା ମଧ୍ୟରେ ବିମାନ ଯୋଗେ ହିଁ ଫେରିପାରିବେ। ତାଙ୍କ ଫେରିବାର ଏହା ହିଁ ଏକମାତ୍ର ଉପାୟ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲଙ୍କ ସେହି ବୟାନ ସମ୍ପର୍କରେ ତାଙ୍କୁ ପଚରାଯାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଶେଖ୍ ହସିନାଙ୍କ ନିଜ ଇଚ୍ଛାରେ ବାଂଲାଦେଶ ଫେରିବା ଏବଂ ଢାକା ପକ୍ଷରୁ ତାଙ୍କ ପ୍ରତ୍ୟର୍ପଣ ଦାବି କରିବା ଦୁଇଟି ଭିନ୍ନ ପ୍ରସଙ୍ଗ।

ହୁମାୟୁନ କବୀର କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କ ନିଜ ଇଚ୍ଛାରେ ନିଜ ଦେଶକୁ ଫେରିବା ଏବଂ ପ୍ରତ୍ୟର୍ପଣ ଚୁକ୍ତି ସମ୍ପର୍କିତ ପ୍ରସଙ୍ଗକୁ ଭିନ୍ନ ଭାବେ ଦେଖିବା ନେଇ ଭାରତର ଆଭିମୁଖ୍ୟକୁ ବୁଝିବାରେ କୌଣସି ଅସୁବିଧା ନାହିଁ। ସାଧାରଣ ଯାତ୍ରୀ କିମ୍ବା ନାଗରିକଙ୍କ ଯାତାୟାତ ଏକ ଭିନ୍ନ ପ୍ରସଙ୍ଗ ହୋଇଥିବା ବେଳେ ପ୍ରତ୍ୟର୍ପଣ ଚୁକ୍ତି ଅପରାଧୀଙ୍କ କ୍ଷେତ୍ରରେ ଲାଗୁ ହୋଇଥାଏ। ଶେଖ୍ ହସିନା ଅପରାଧୀଙ୍କ ଶ୍ରେଣୀରେ ଆସୁଛନ୍ତି ଏବଂ ତାଙ୍କୁ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ବାଂଲାଦେଶକୁ ହସ୍ତାନ୍ତର କରାଯିବା ଉଚିତ ବୋଲି ସେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande