
ବଲାଙ୍ଗିର, ୨୭ ନଭେମ୍ବର (ହି.ସ.)- ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ର ଅଧିକ୍ଷକ ଡା. ବରରୁଚି ଦାଶଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ନଭେମ୍ବର ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ସମସ୍ତ ପ୍ରକାର ଚକ୍ଷୁ ପରୀକ୍ଷା, ରକ୍ତ ପରୀକ୍ଷା, ଇସିଜି ଏବଂ ଶଲ୍ୟ ଚିକିତ୍ସାର ଉପଯୁକ୍ତ ନିଦାନ ଯୋଗାଇ ଦିଆଯାଇଛି । ଡା. ପଦ୍ମିନୀ ସାହୁ, ଡା. ରାଜେଶ ସାହୁ, ଡା. ସୌଭାଗ୍ୟ ଛୋଟରାୟ ଏବଂ ଚକ୍ଷୁ ବିଶେଷଜ୍ଞ ଡା. ସରଲା ଭୋଇ, ଷ୍ଟାଫ୍ ନର୍ସ ଉତ୍ତରା କୁମ୍ଭାର, ସ୍ନିଗ୍ଧା ମଲ୍ଲିକଙ୍କ ସମେତ ମ୍ୟାନେଜର ସୌମ୍ୟ ବାବୁ, ସହଯୋଗୀ ବିକାଶ ମହାପାତ୍ର ଏବଂ ଲେବ୍ରୋଟେରି ଟେକ୍ନିସିଆନ ମାନଙ୍କ ସହଯୋଗିତାରେ ଏହି ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାପ୍ତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଓକିଲ ଅଶୋକ ମିଶ୍ରଙ୍କ ତତ୍ୱାବଧାନରେ ପ୍ରଭାକର ମିଶ୍ର, କପିଳେଶ୍ୱର ଖମାରୀ, ଚୁଡେନ୍ଦ୍ର କୁମାର ବେହେରା, ବିନୟ କୁମାର ମିଶ୍ର, ବ୍ରଜ କିଶୋର ପଣ୍ଡା, ଭିକ୍ଷାକାରୀ ପାତ୍ର, ଗଣେଷ ଚନ୍ଦ୍ର ପାଢି, ଅଶୋକ କୁମାର ଚାନ୍ଦ, ସୁନିଲ ଚନ୍ଦ୍ର ବିଶ୍ୱାଳ, ନାରାୟଣ ପାଢୀ, ଚୈତନ୍ୟ ପଟେଲ, ବିପିନ ବିହାରି ପୁରୋହିତ ଏବଂ ଛାୟାକାନ୍ତ ସାହୁ ପ୍ରମୁଖ ଦୁଇ ଦିନ ଧରି ସହଯୋଗ କରି କାର୍ଯ୍ୟକ୍ରମକୁ ସମ୍ପୁର୍ଣ୍ଣ ସଫଳ କରିଥିଲେ ।
ଏହି ମଂଚର ୬୨ ଜଣ ସଭ୍ୟଙ୍କର ସ୍ୱସ୍ଥ୍ୟ ସମ୍ପର୍କରେ ପରୀକ୍ଷା କରାଯାଇ ଆବଶ୍ୟକ ଅନୁଯାୟୀ ଉପଯୁକ୍ତ ନିଦାନ ମେଡିକାଲ କଲେଜ ଓ ହସପିଟାଲ କର୍ତ୍ତୃପକ୍ଷ ଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିଲା । ଏହି ଶିବିର ଅନୁଷ୍ଠିତ ହେବା ଦ୍ୱାରା ବରିଷ୍ଠ ନାଗରିକ ମଂଚର ସଭ୍ୟଗଣ ବିଶେଷ ଉପକୃତ ହୋଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ