ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାରରେ ଓଡ଼ିଶା ପାଭିଲିୟନକୁ ରୌପ୍ୟ ପୁରସ୍କାର, ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର, ୨୭ ନଭେମ୍ବର (ହି.ସ.) ୪୫ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାର (ଆଇଆଇଟିଏଫ୍)-୨୦୨୬ରେ ଓଡ଼ିଶା ପାଭିଲିୟନକୁ ସମ୍ମାନଜନକ ରୌପ୍ୟ ପୁରସ୍କାର ମିଳିଛି। ବିଷୟଭିତ୍ତିକ ଉପସ୍ଥାପନା ବର୍ଗରେ ଏହି ଜାତୀୟ ସ୍ୱୀକୃତି ମିଳିବା ଓଡ଼ିଶା ପାଇଁ ଗର୍ବ ଓ ଆନନ୍ଦର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ
ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାରରେ ଓଡ଼ିଶା ପାଭିଲିୟନକୁ ରୌପ୍ୟ ପୁରସ୍କାର


ଭୁବନେଶ୍ୱର, ୨୭ ନଭେମ୍ବର (ହି.ସ.) ୪୫ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାର (ଆଇଆଇଟିଏଫ୍)-୨୦୨୬ରେ ଓଡ଼ିଶା ପାଭିଲିୟନକୁ ସମ୍ମାନଜନକ ରୌପ୍ୟ ପୁରସ୍କାର ମିଳିଛି। ବିଷୟଭିତ୍ତିକ ଉପସ୍ଥାପନା ବର୍ଗରେ ଏହି ଜାତୀୟ ସ୍ୱୀକୃତି ମିଳିବା ଓଡ଼ିଶା ପାଇଁ ଗର୍ବ ଓ ଆନନ୍ଦର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଓଡ଼ିଶା ପାଭିଲିୟନର ପରିକଳ୍ପନା, ଡିଜାଇନ୍ ଓ ଉପସ୍ଥାପନା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷ, ଶିଳ୍ପୀ, କାରିଗର ଓ କଳାକାରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

ଚଳିତ ବର୍ଷ ‘ବିକାଶ ଓ ଐତିହ୍ୟ’ ବିଷୟବସ୍ତୁକୁ ଆଧାର କରି ଓଡ଼ିଶା ପାଭିଲିୟନ ନିର୍ମାଣ କରାଯାଇଥିଲା। ଏଥିରେ ପ୍ରାଚୀନ କଳିଙ୍ଗର ଗୌରବମୟ ଐତିହ୍ୟ, ଶ୍ରୀଜଗନ୍ନାଥ ସଂସ୍କୃତି, ଜନଜାତୀୟ ପରମ୍ପରା, ପାରମ୍ପରିକ ହସ୍ତଶିଳ୍ପ ଓ ଲୋକକଳା ସହିତ ରାଜ୍ୟର ଆର୍ଥିକ ପ୍ରଗତିର ଚିତ୍ରକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଥିଲା।

ବିଶେଷକରି ପାଇକ ନାଚ ଓ ଛଉ ଭଳି ସମୃଦ୍ଧ ଲୋକକଳା ସହ ଓଡ଼ିଶାର ସାଂସ୍କୃତିକ ବିବିଧତା ଏବଂ ବିକାଶର ଯାତ୍ରାକୁ ଏହି ପାଭିଲିୟନରେ ଏକାଠି ଉପସ୍ଥାପନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପୁରସ୍କାର ଓଡ଼ିଶାର ସମୃଦ୍ଧ ଐତିହ୍ୟ, କଳା, ସଂସ୍କୃତି ଓ ଆର୍ଥିକ ପ୍ରଗତିର ଏକ ସୁନ୍ଦର ସମନ୍ୱୟକୁ ଜାତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କରିଛି। ଏହା ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande