
କେନ୍ଦୁଝର, 27 ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ତରଫରୁ ଜନ ସମାଜକୁ ସଚେତନ କରିବା ପାଇଁ ପାଶ୍ଚାତ୍ୟ ସଂସ୍କୃତି ଓ ପରମ୍ପରାକୁ ପ୍ରତ୍ୟାଖାନ କରି ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ପୂର୍ଣ୍ଣକୁମ୍ଭ ସ୍ଥାପନ, ଅଖଣ୍ଡ ବତୀ ପ୍ରଜ୍ଵଳନ ତଥା ଶ୍ରୀମଦ୍ ଭାଗବତ ମହାପୁରାଣ ପୂଜନ ଓ ପଠନ ପୂର୍ବକ ଭାଗବତ ସତସଙ୍ଗ ଅନୁଷ୍ଠାନ କରି କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସମ୍ପାଦକ ପ୍ରାଧ୍ୟାପକ ଜଗନ୍ନାଥ ଜେନାଙ୍କ କନିଷ୍ଠ କନ୍ୟା ଶ୍ରଦ୍ଧେୟା ନେହାର ୨୬ ତମ ସ୍ଵନକ୍ଷତ୍ର ଦିବସ ଅବସରରେ ତାଙ୍କ ବାସଭବନରେ ଜନ୍ମଦିବସ ଉତ୍ସଵ ପାଳନ କରାଗଲା।ଜ୍ୟେଷ୍ଠ କନ୍ୟା ଶ୍ରଦ୍ଧେୟା ମିଲନ, ଶ୍ରଦ୍ଧେୟ ପୁତୁରା ଭେଙ୍କଟେସଙ୍କ ସହିତ ନେହା ଉପସ୍ଥିତ ଭକ୍ତ ମାନଙ୍କୁ ଚନ୍ଦନ ଅର୍ପଣ କରି ଆଶୀର୍ବାଦ ଗ୍ରହଣ କରିଥିଲେ ।ଏଥିରେ ଉପସ୍ଥିତ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ଓ ସମସ୍ତ ସଭ୍ୟ ବୃନ୍ଦ ଏବଂ ଅନ୍ୟାନ୍ୟ ଭାଗବତ ଅନୁରାଗୀ ସଜ୍ଜନ ବୃନ୍ଦ ଶ୍ରଦ୍ଧେୟା ନେହାକୁ ଉପ ଢ଼ୌକନାଦି ଉପହାର ପ୍ରଦାନ କରି ପିତୃଦେବ ଜଗନ୍ନାଥ ଜେନା ଓ ମାତୃଦେବ ଶୋଭନା ଜେନାଙ୍କ ଦ୍ଵାରା ବତୀ ପ୍ରଜ୍ଜ୍ଵଳନ ପୂର୍ବକ ଦୀର୍ଘ ନିରାମୟ ଜୀବନ,ସୁଖ ଶାନ୍ତି ତଥା ସମୃଦ୍ଧିର ମଙ୍ଗଳ କାମନା କରି ଭାଗବତ ଭଗବାନଙ୍କ ନିକଟରେ ସାମୂହିକ ପ୍ରାର୍ଥନା କଲେ । କେକ ନ କାଟି ଓ ମହମବତୀ ନ ଫୁଙ୍କି ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଜନ୍ମଦିନ ଉତ୍ସଵ ପାଳନ କରିବା ନିମନ୍ତେ ଜନସମାଜକୁ ସଚେତନ କରିବା ପାଇଁ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।ଏଥି ସହିତ ଭାଗବତ ତ୍ରୟୋଦଶ ସ୍କନ୍ଧ ତ୍ରୟୋଦଶ ଅଧ୍ୟାୟ ପାରାୟଣ କରି ନିତ୍ୟ ଭାଗବତଧ୍ୟାୟୀ ଜଗନ୍ନାଥ ଜେନାଙ୍କ ବାର୍ଷିକ ଭାଗବତ ପାରାୟଣ ଉଦ୍ ଯାପନ କରାଗଲା। ଏଥିରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତିର ପୁରାଣ ପଣ୍ଡା ଅମରେନ୍ଦ୍ର ପଣ୍ଡା,ଗୋବିନ୍ଦ ପଟ୍ଟନାୟକ , ଭଜ ବେହେରା, ପୁରୁଷୋତ୍ତମ ଜେନା, ଈଶ୍ୱର ବେହେରା, ଧ୍ରୁବାନନ୍ଦ ରାଉତ,ଖଗେଶ୍ୱର ମହାନ୍ତ, ଜଗବନ୍ଧୁ ରାଉତ, ରତ୍ନ ମଞ୍ଜରି ରାଉତ, ଆର୍ଯ୍ୟବାଳା ମହାପାତ୍ର, ବୀଣାପାଣି ଜେନା,ଲିପିକା ପଟ୍ଟନାୟକ, ବସନ୍ତ କୁମାର ରାଉତ,ଖଗେଶ୍ୱର ମହାନ୍ତ , ପ୍ରଫୁଲ୍ଲ କୁମାର ମିଶ୍ର,ରବୀନ୍ଦ୍ର ପାଢ଼ୀ, ରାଜ କିଶୋର ରାଜ ଓ ତ୍ରିଲୋଚନ ଗିରି ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA