
କେନ୍ଦ୍ରାପଡ଼ା୨୭ ନଭେମ୍ବର (ହି.ସ.): ମାର୍ଶାଘାଇ ବ୍ଲକ ଅନ୍ତେଇ ବିଜୁ ପଟ୍ଟନାୟକ କଲେଜରେ ଯୁବ ରେଡ଼କ୍ରସର ନଶା ମୁକ୍ତ ଅଭିଯାନ ଅନ୍ତର୍ଗତ ଆନ୍ତଃକଲେଜ ନିଶାମୁକ୍ତ ଦିନିକିଆ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶା ସେବନର ଭୟାବହତକ୍ଷ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ଛାତ୍ର ସମାଜ ଏବଂ ଯୁବପିଢ଼ି ସଚେତନ ହୋଇ ନିଶାମୁକ୍ତ ଭାରତ ଗଠନ ପାଇଁ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ କ୍ଷ ଯୁବ ରେଡ଼କ୍ରସ ର ରାଜ୍ୟ ସଂଯୋଜକ ଗୋପାଳ ଚନ୍ଦ୍ର ମିଶ୍ର, କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ବିକାଶ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ କ୍ଷ କଲେଜ ଅଧ୍ୟକ୍ଷ ବିଶ୍ୱଜିତ ତ୍ରିପାଠୀ କର୍ମଶାଳାରେ ସଭାପତିତ୍ୱ କରିଥିଲେ ଏବଂ କଲେଜର ରେଡ଼କ୍ରସ ସଂଯୋଜକ ଅଧ୍ୟାପକ ହରେକୃଷ୍ଣ ବାରିକ କର୍ମଶାଳା ସଂଯୋଜନା କରିଥିଲେ କ୍ଷ ପ୍ରଶିକ୍ଷକ ଭାବେ କେନ୍ଦ୍ରାପଡ଼ା କଲେଜର ଅଧ୍ୟାପକ ଦେବକାନ୍ତ ଷଡ଼ଙ୍ଗୀ, ସୋମାପୁଷ୍ପ ମିଶ୍ର,ଶ୍ରଦ୍ଧାଞ୍ଜଳି ମହାନ୍ତି ଯୋଗଦେଇଥିଲେ କ୍ଷ ୧୨ଟି କଲେଜର ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।
------------------
---------------
ହିନ୍ଦୁସ୍ଥାନ ସମାଚାର / ରବି