
ମାଲକାନଗିରି, ୨୭ ନଭେମ୍ବର (ହି.ସ.)- ଖରିଫ୍ ବିପଣନ ବର୍ଷ ୨୦୨୬-୨୭ରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସୁବ୍ୟବସ୍ଥିତ, ଉତ୍ତରଦାୟୀ ଓ ଚାଷୀ ଅନୁକୂଳ କରିବା ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅନୁମୋଦନ କ୍ରମେ ମାଲକାନଗିରି ଜିଲ୍ଲାର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ଚାଷୀ ପ୍ରତିନିଧି ଭାବେ ଲକ୍ଷ୍ମୀ ତ୍ରିପାଠୀଙ୍କ ନାମ ଘୋଷଣା କରାଯାଇଛି। ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଏଭଳି ନିଷ୍ପତ୍ତି ନେଇଥିବାରୁ ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ଶ୍ରୀ ତ୍ରିପାଠୀ ।
ଏହି ନିଷ୍ପତ୍ତି ଦ୍ୱାରା ଧାନ ସଂଗ୍ରହ ବ୍ୟବସ୍ଥାରେ ଚାଷୀଙ୍କ ପ୍ରତ୍ୟକ୍ଷ ଭାଗୀଦାରି ସୁନିଶ୍ଚିତ ହେବା ସହ ତୃଣମୂଳ ସ୍ତରରେ ଚାଷୀମାନେ ସାମ୍ନା କରୁଥିବା ସମସ୍ୟାଗୁଡ଼ିକ ସରକାରଙ୍କ ନିକଟରେ ସିଧାସଳଖ ଉପସ୍ଥାପିତ ହୋଇପାରିବ। ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଏଭଳି ନିଷ୍ପତ୍ତି ନେଇଥିବାରୁ ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ଶ୍ରୀ ତ୍ରିପାଠୀ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ