ଜଙ୍ଗଲ ଜମି ପଟ୍ଟା ବିଷୟରେ ଦାବି ଉଠାଇଲେ ମାଲକାନଗିରି ବିଧାୟକ
ମାଲକାନଗିରି, ୨୭ ନଭେମ୍ବର (ହି.ସ.)- ଆଜି ବିଧାନସଭା ଶୂନ୍ୟକାଳରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଜଙ୍ଗଲ ଜମି ପଟ୍ଟା ବିଷୟରେ ଦାବି ଉଠାଇଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ଜନଜାତି ଭାଇ-ଭଉଣୀଙ୍କ ପାଇଁ ରଖାଯାଇଥିବା ଜଙ୍ଗଲ ଜମି ଅଧିକାରରେ ଅନେକ ଲୋକ ଲାଭବାନ ହେଇଛନ୍ତି, ପଟ୍ଟା ମଧ୍ୟ ପାଇଛନ
ଜଙ୍ଗଲ ଜମି ପଟ୍ଟା ବିଷୟରେ ଦାବି ଉଠାଇଲେ ମାଲକାନଗିରି ବିଧାୟକ


ମାଲକାନଗିରି, ୨୭ ନଭେମ୍ବର (ହି.ସ.)- ଆଜି ବିଧାନସଭା ଶୂନ୍ୟକାଳରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଜଙ୍ଗଲ ଜମି ପଟ୍ଟା ବିଷୟରେ ଦାବି ଉଠାଇଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ଜନଜାତି ଭାଇ-ଭଉଣୀଙ୍କ ପାଇଁ ରଖାଯାଇଥିବା ଜଙ୍ଗଲ ଜମି ଅଧିକାରରେ ଅନେକ ଲୋକ ଲାଭବାନ ହେଇଛନ୍ତି, ପଟ୍ଟା ମଧ୍ୟ ପାଇଛନ୍ତି। କିନ୍ତୁ ଏଫ ଆର ସି କମିଟିରେ କୋର୍ଡିନେଟର ନଥିବାରୁ କାମ ଏବେ ଧିମେଇ ଯାଇଛି। ଲୋକେ ଜାଣିପାରୁ ନାହାଁନ୍ତି କେମିତି ଆବେଦନ କରିବେ, ପ୍ରୋସେସ୍ କେମିତି ହେବ।

ତେଣୁ ବିଧାୟକ ଅନୁରୋଧ କରିଥିଲେ ପୂର୍ବ ଭଳି କୋର୍ଡିନେଟର ପୁଣି ନିଯୁକ୍ତ କରାଯାଉ, ନଚେତ୍ ପ୍ରତ୍ୟେକ ପଞ୍ଚାୟତରେ ଜଣେ ଜଣେ ଲୋକଙ୍କୁ ଦାୟିତ୍ୱ ଦିଆଯାଉ, ଯାହା ଫଳରେ ଆଦିବାସୀ ଲୋକେ ସୁବିଧାରେ ଜଙ୍ଗଲ ଜମି ପଟ୍ଟା ପାଇପାରିବେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande