ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, କେନ୍ଦ୍ରାପଡ଼ାକୁ ଜାତୀୟସ୍ତରୀୟ ଗୁଣାତ୍ମକ ମାନ୍ୟତା
କେନ୍ଦ୍ରାପଡ଼ା୨୭ ନଭେମ୍ବର (ହି.ସ.): କେନ୍ଦ୍ରାପଡ଼ା ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ଜାତୀୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନ ଅଧୀନରେ ପରିଚାଳିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର , କେନ୍ଦ୍ରାପ
ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, କେନ୍ଦ୍ରାପଡ଼ାକୁ ଜାତୀୟସ୍ତରୀୟ ଘଛଇଝ ଗୁଣାତ୍ମକ ମାନ୍ୟତା


କେନ୍ଦ୍ରାପଡ଼ା୨୭ ନଭେମ୍ବର (ହି.ସ.): କେନ୍ଦ୍ରାପଡ଼ା ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ଜାତୀୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନ ଅଧୀନରେ ପରିଚାଳିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର , କେନ୍ଦ୍ରାପଡ଼ା ଜାତୀୟସ୍ତରରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମାନଦଣ୍ଡ ଆଧାରରେ ସାର୍ଟିଫିକେସନ୍ ହାସଲ କରିଛି। ଏହି ସଫଳତା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପାଇଁ ଏକ ଗର୍ବ ଓ ଗୌରବର ବିଷୟ।ଏହି ଉପଲବ୍ଧି ପାଇଁ ଜିଲ୍ଲାପାଳ ରଘୁରାମ ଆର ଆୟର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ନମିତା ପଟ୍ଟନାୟକ, , ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଗୌରାଙ୍ଗ ଚରଣ ଗିରିଙ୍କ ସମେତ ସମଗ୍ର ସ୍ୱାସ୍ଥ୍ୟ ବିଭାଗର ଟିମ୍କୁ ଶୁଭେଚ୍ଛା ଜଣାଯାଇଛି।ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ଉପସ୍ୱାସ୍ଥ୍ୟକେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପୂର୍ବରୁ ଏହି ଜାତୀୟସ୍ତରୀୟ ଗୁଣାତ୍ମକ ମାନ୍ୟତା ହାସଲ କରିଥିବାବେଳେ, ପ୍ରଥମ ଥର ପାଇଁ ଜିଲ୍ଲାର ଏକ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏହି ସମ୍ମାନଜନକ ସାର୍ଟିଫିକେସନ୍ ହାସଲ କରିଛି। ଏହି ସାର୍ଟିଫିକେସନ୍ ତିନି ବର୍ଷ ପାଇଁ ବୈଧ ରହିବ। ଏହି ସମୟ ମଧ୍ୟରେ ପ୍ରତିବର୍ଷ ସ୍ୱାସ୍ଥ୍ୟସେବାର ଗୁଣବତା ଓ ମାନଦଣ୍ଡର ମୂଲ୍ୟାୟନ କରାଯିବ।ଏହି ଐତିହାସିକ ସଫଳତାକୁ ନେଇ ଟଚଐଉ ପରିସରରେ ଏକ ଖୁସିର ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କେକ୍ କାଟି ସମସ୍ତଙ୍କ ସହ ଖୁସି ବାଣ୍ଟିବା ସହ ଏହି ସଫଳତା ପଛରେ ଥିବା ସମସ୍ତଙ୍କ ନିଷ୍ଠା, ସମର୍ପଣ ଓ ଦଳଗତ ପ୍ରୟାସକୁ ପ୍ରଶଂସା କରିଥିଲେ।ଏହି ସଫଳତା ପାଇଁ ଟଚଐଉର ଡାକ୍ତର ମିର୍ଜା ବାବର ବେଗ୍, ସହରାଂଚଳ ସହକାରୀ କାର୍ୟ୍ୟକ୍ରମ ପରିଚାଳିକା ମମତା ଦାଶ, ସମସ୍ତ ନର୍ସିଂ ଅଫିସର, ମହିଳା ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ, ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ ପରାମର୍ଶଦାତାଙ୍କ ଅବଦାନକୁ ସ୍ୱୀକୃତି ଦିଆଯାଇଥିଲା।ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଡାକ୍ତର ଶ୍ୟାମସୁନ୍ଦର ଟୁଡୁ, ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ, ଜିଲ୍ଲା କାର୍ୟ୍ୟକ୍ରମ ପରିଚାଳକ ଡ. ମନୋରଞ୍ଜନ ସାହୁ, ଅର୍ଥ ଅଧିକାରୀ ଆଶୁତୋଷ ତ୍ରିପାଠୀଙ୍କ ସମେତ ଡାକ୍ତର, ଫାର୍ମାସିଷ୍ଟ, ଲାବୋରେଟୋରୀ ଟେକ୍ନିସିଆନ୍, ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।କାର୍ୟ୍ୟକ୍ରମକୁ ଡ. ସୁକାନ୍ତ କୁମାର ପ୍ରଧାନ, ଡେପୁଟି ମ୍ୟାନେଜର, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ, ସଂଯୋଜନା କରିଥିଲେ।ଏହି ସଫଳତା ଜିଲ୍ଲାରେ ଗୁଣାତ୍ମକ, ସୁଲଭ ଓ ରୋଗୀକୈନ୍ଦ୍ରିକ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ସହ ଆଗାମୀ ଦିନରେ ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ହେବ ବୋଲି ଆଶା ପ୍ରକାଶ ପାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande