ରବୀନ୍ଦ୍ର ମଣ୍ଡପରେ ଜାତୀୟ କଣ୍ଢେଇନାଟ ଉତ୍ସବ ଆୟୋଜିତ
ଭୁବନେଶ୍ୱର,୨୭ ନଭେମ୍ବର(ହି.ସ.) - ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ଶୁକ୍ରବାର ଜାତୀୟ କଣ୍ଢେଇନାଟ ଉତ୍ସବ–୨୦୨୬'' ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଇନ ତଥା
hjgyujh


ଭୁବନେଶ୍ୱର,୨୭ ନଭେମ୍ବର(ହି.ସ.) - ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ଶୁକ୍ରବାର ଜାତୀୟ କଣ୍ଢେଇନାଟ ଉତ୍ସବ–୨୦୨୬' ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଇନ ତଥା ପୂର୍ବ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଣ୍ଢେଇନାଟ ଶିଳ୍ପୀ ଓ ପ୍ରତିନିଧିମାନଙ୍କୁ ସମ୍ମାନିତ କରିଥିଲେ।

ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ କଣ୍ଢେଇନାଟ କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଆମ ଲୋକଜୀବନ, ପରମ୍ପରା ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏକ ଅନନ୍ୟ ପରିଚୟ। କଳାକାରମାନଙ୍କ ନିଷ୍ଠା, ସାଧନା ଓ ଅସାଧାରଣ କଳାନୈପୁଣ୍ୟ ଏହି ପାରମ୍ପରିକ କଳାକୁ ଆଜି ମଧ୍ୟ ଜୀବନ୍ତ ରଖିଛି। ଆମର ଲୋକକଳା ଓ ସାଂସ୍କୃତିକ ପରମ୍ପରାର ସୁରକ୍ଷା, ସଂରକ୍ଷଣ ଏବଂ ପରବର୍ତୀ ପିଢ଼ି ନିକଟରେ ଏହାର ପ୍ରସାର ପାଇଁ କଳାକାରମାନଙ୍କୁ ଉପଯୁକ୍ତ ସମ୍ମାନ ଓ ପ୍ରୋତ୍ସାହନ ଦେବା ଆମ ସରକାରଙ୍କ ପ୍ରତିବଦ୍ଧତା।

ଏହି ଅବସରରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande