ଲକ୍ଷ୍ମୀବାଇ କେଲକରଙ୍କ ପୁଣ୍ୟତିଥିରେ ମୁଖ୍ୟମନ୍ତ୍ରୀ ମାଝୀ ଜଣାଇଲେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, ୨୭ ନଭେମ୍ବର (ହି.ସ.) ବିଶିଷ୍ଟ ସମାଜ ସଂସ୍କାରକ ତଥା ରାଷ୍ଟ୍ର ସେବିକା ସମିତିର ଆରମ୍ଭ କରିଥିବା ଲକ୍ଷ୍ମୀବାଇ କେଲକରଙ୍କ ପୁଣ୍ୟତିଥି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ୱର, ୨୭ ନଭେମ୍ବର (ହି.ସ.) ବିଶିଷ୍ଟ ସମାଜ ସଂସ୍କାରକ ତଥା ରାଷ୍ଟ୍ର ସେବିକା ସମିତିର ଆରମ୍ଭ କରିଥିବା ଲକ୍ଷ୍ମୀବାଇ କେଲକରଙ୍କ ପୁଣ୍ୟତିଥି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସରେ ନିଜର ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ କହିଛନ୍ତି ଯେ, ସମାଜରେ ନାରୀ ଜାଗରଣ, ମହିଳା ସଶକ୍ତୀକରଣ ଏବଂ ରାଷ୍ଟ୍ର ନିର୍ମାଣ ଦିଗରେ ଲକ୍ଷ୍ମୀବାଇ କେଲକରଙ୍କ ସମର୍ପିତ ଜୀବନ ଓ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।

ସମାଜରେ ମହିଳାଙ୍କ ଜାଗରଣ ଓ ସେମାନଙ୍କୁ ସଶକ୍ତ କରିବା ସହ ରାଷ୍ଟ୍ର ନିର୍ମାଣରେ ନାରୀଶକ୍ତିର ଭୂମିକାକୁ ସୁଦୃଢ଼ କରିବା ଦିଗରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande