ଓଡ଼ିଶା ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ
‘ଓଆରଏମ୍ଏସ୍’ ଏବଂ ‘ହ୍ୱାଟ୍ସଆପ୍ ଚାଟ୍ବଟ୍’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ଭୁବନେଶ୍ୱର,୨୭ ନଭେମ୍ବର(ହି.ସ.) -‘ଓଡ଼ିଶା ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ-୨୦୨୬’ର ତୃତୀୟ ଦିବସରେ “ଓଆରଏମ୍ଏସ୍୍ (ଅନଲାଇନ୍ ରିବେଟ୍ ମ୍ୟାନେଜମେଂଟ ସିଷ୍ଟମ୍) ଏବଂ ହ୍ୱାଟ୍ସଆପ୍ ଚାଟ୍ବଟ୍” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋ
fgfg


‘ଓଆରଏମ୍ଏସ୍’ ଏବଂ ‘ହ୍ୱାଟ୍ସଆପ୍ ଚାଟ୍ବଟ୍’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ଭୁବନେଶ୍ୱର,୨୭ ନଭେମ୍ବର(ହି.ସ.) -‘ଓଡ଼ିଶା ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ-୨୦୨୬’ର ତୃତୀୟ ଦିବସରେ “ଓଆରଏମ୍ଏସ୍୍ (ଅନଲାଇନ୍ ରିବେଟ୍ ମ୍ୟାନେଜମେଂଟ ସିଷ୍ଟମ୍) ଏବଂ ହ୍ୱାଟ୍ସଆପ୍ ଚାଟ୍ବଟ୍” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ଉଦ୍ୟୋଗୀ ଓ ହିତାଧିକାରୀମାନଙ୍କୁ ମିଳୁଥିବା ସୁବିଧା ଓ ସେବା ଉପରେ ଆଲୋଚନା ହୋଇଥିଲା । ଖଦି ଏବଂ କ୍ଷୁଦ୍ର ଶିଳ୍ପ କ୍ଷେତ୍ରରେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଉପରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ନିର୍ଦ୍ଦେଶକ ସୁଭାଷ ଛେତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ହ୍ୱାଟ୍ସଆପ୍ ଚାଟ୍ବଟ୍ ବ୍ୟବହାର କରି ଉଦ୍ୟୋଗୀ ଓ ହିତାଧିକାରୀମାନେ କିପରି ସହଜ ଓ ତ୍ୱରିତ ଭାବରେ ବିଭିନ୍ନ ସରକାରୀ ସେବା ଓ ସୂଚନା ପାଇପାରିବେ, ସେ ସମ୍ପର୍କରେ ବିସ୍ତୃତ ବ୍ୟାଖ୍ୟା କରାଯାଇଥିଲା । ଏହା ଦ୍ୱାରା ବିଭିନ୍ନ ପ୍ରକ୍ରିୟା ଅଧିକ ସରଳ ଓ ସ୍ୱଚ୍ଛ ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା । ସି.ଏମ୍.ଜି.ଆଇ ପ୍ରକଳ୍ପ ସଂଯୋଜକ ପିନାକୀ ରଞ୍ଜନ ମହାନ୍ତି, ଉପ-ପ୍ରକଳ୍ପ ସଂଯୋଜିକା ସୁଶ୍ରୀ ସରିତା କାନୁନଗୋ ମେଟା ଇଣ୍ଡିଆ ପାର୍ଟନର ଇଞ୍ଜିନିୟର ବିନୟ ପ୍ରସାଦ ଏବଂ ପ୍ରତ୍ୟୁଷା ପାଣିଗ୍ରାହୀ ଯୋଗଦେଇ ହ୍ୱାଟ୍ସଆପ୍ ଚାଟ୍?ବଟ୍ ମାଧ୍ୟମରେ ଉଦ୍ୟୋଗୀ ଓ ହିତାଧିକାରୀମାନେ କିପରି ସହଜରେ ବିଭିନ୍ନ ସରକାରୀ ସେବା ଓ ସୂଚନା ପାଇପାରିବେ, ସେ ସମ୍ପର୍କରେ ବୈଷୟିକ ତଥ୍ୟ ପ୍ରଦାନ କରିଥିଲେ ।

ଏହା ସହିତ, ପ୍ରାପ୍ୟ ରିହାତି (ରିବେଟ୍) ପାଇବା ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଅନଲାଇନରେ ଆବେଦନ କରିବାର ପ୍ରକ୍ରିୟା ଉପରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ଏନ୍.ଆଇ.ସି ଉପ-ନିର୍ଦ୍ଦେଶକ (ଆଇ.ଟି.) ସୁଧାଂଶୁ କୁମାର ମହାପାତ୍ର ଓ ବରିଷ୍ଠ ସଫ୍ଟୱେର୍ ଡେଭଲପର୍ ପ୍ରଭାସ କୁମାର ବାରିକ ଓଆରଏମ୍ଏସ୍ ପୋର୍ଟାଲ୍ ର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଉପସ୍ଥାପନା ରଖିଥିଲେ ।

ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଚିବ ଗଦାଧର ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉର୍ମିଳା କହଁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିବା ଉଦ୍ୟୋଗୀ, ବୁଣାକାର, ହସ୍ତଶିଳ୍ପୀ ଓ ହିତାଧିକାରୀମାନଙ୍କ ପାଇଁ “ହ୍ୱାଟ୍ସଆପ୍ ଚାଟ୍ବଟ୍” ସେବା ଓ ରିବେଟ୍ ଆବେଦନ ପ୍ରକ୍ରିୟାକୁ ବୁଝିବାରେ ବେଶ୍ ସହାୟକ ହୋଇଛି ବୋଲି ମତ ପ୍ରକାଶ ପାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande