

ବଲାଙ୍ଗିର 27 ନଭେମ୍ବର (ହି.ସ.) ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ' ଓଡ଼ିଶାର ଲୋକ ସଂସ୍କୃତି : ପରମ୍ପରା, ବିବିଧତା ଓ ସାମ୍ପ୍ରତିକ ପ୍ରାସଙ୍ଗିକତା' ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି | ମହାବିଦ୍ୟାଳୟ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ମିଳିତ ଆନୁକୂଲ୍ୟରେ ଉଦ୍ଘାଟନୀ ଉତ୍ସବରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ବିଭୂତି ଭୂଷଣ ମଲ୍ଲିକ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ଅଧ୍ୟକ୍ଷ ଡ଼. ସଞ୍ଜୟ କୁମାର ବାଗ ମୂଳ ଭାଷଣ ଦେଇଥିଲେ | ଆବାହକ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ସାହିତ୍ୟ ଏକାଡେମୀ ଗୌରହରି ଦାସ ସଭାପତି, କ୍ଷେତ୍ରବାସୀ ନାଏକ ସହାୟକ ସମ୍ପାଦକ ଏକାଡେମୀ କୋଲକାତା ସ୍ୱାଗତ ଭାଷଣ ରଖିଥିଲେ | ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ କୌତୁକ ପନ୍ଦର ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି ଓଡ଼ିଶାର ଲୋକ ସଂସ୍କୃତି ଓ ପରମ୍ପରା ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ | ପ୍ରଥମ ଅଧିବେଶନରେ ଆଲୋଚକ ଭାବେ ବାସୁଦେବ ସୁନାନି, ପରମେଶ୍ୱର ମୁଣ୍ଡ୍, ଶ୍ରୀକାନ୍ତ କୁମାର ବାରିକ୍ ଓ ସୁରେଶ୍ଵରୀ ବାଗ ପ୍ରବନ୍ଧ ଉପସ୍ଥାପନ କରିଥିଲେ | ଦ୍ୱିତୀୟ ଅଧିବେଶନରେ ମନୋଜ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ପବିତ୍ର କୁମାର ଦଣ୍ଡସେନା, ସଞ୍ଜୟ କୁମାର ମିଶ୍ର,ସୁଶାନ୍ତ କୁମାର ପଣ୍ଡା ନିଜ ନିଜ ପ୍ରବନ୍ଧ ଉପସ୍ଥାପନ କରିଥିଲେ |ସୁମନ୍ତ ରଣା, ରମଣୀ ନାଏକ ଅର୍ପିତା ପରିଚ୍ଛା ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ | ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା| ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ସାହିତ୍ୟିକବୃନ୍ଦ ଓ ଆଗ୍ରହୀ ସାରସ୍ୱତ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ |
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ