
କେନ୍ଦୁଝର, 27 ନଭେମ୍ବର (ହି.ସ.) ଧରଣୀଧର ବିଶ୍ବବିଦ୍ୟାଳୟ ପରିସରରେ ଥିବା ଏନ୍.ଏଚ.୫ ସଭାଗୃହ ରେ ସମ୍ବିଧାନ ଦିବସ ମହାସମରୋହରେ ପାଳନ ହୋଇ ଯାଇଛି। ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ପାତ୍ର ସଭାପତିତ୍ୱ କରି ତାଙ୍କ ଅଭିଭାଷଣରେ ମୂଳ ସମ୍ବିଧାନର ଥିବା ଚିତ୍ରପଟ୍ଟ ରେ ଭାରତୀୟ ସଂସ୍କୃତି ଓ ପରମ୍ପରା ସହିତ ଆମ ବୀରତ୍ୱ ର ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ କେନ୍ଦୁଝର ର ସାଂସଦ ଅନନ୍ତ ନାୟକ ।ସେ ତାଙ୍କ ଅଭିଭାଷଣରେ କହିଥିଲେ ଭାରତୀୟ ସମ୍ବିଧାନ କୁ କିପରି ସୁରକ୍ଷା ଓ ଅକ୍ଷୁର୍ଣ୍ଣ ରଖି ସମ୍ବିଧାନ ପ୍ରତି ଯତ୍ନବାନ୍ ହୋଇପାରିବା ଓ ଜଣେ ସଚେତନ ନାଗରିକ ଭାବରେ ଦେଶ ବିକାଶ ରେ ଯୋଗ ଦାନ ଦେବା । ଉକ୍ତ ସଭାର ମଞ୍ଚ ପରିଚାଳନା ଓ ଅତିଥି ପରିଚୟ କରିଥିଲେ ଡକ୍ଟର ସୁମନ୍ତ୍ର ନାଏକ । ବିଶ୍ୱବିଦ୍ୟାଳୟର ଛାତ୍ରୀ ସ୍ନିଗ୍ଧାରାଣୀ ଦାସ,ପଲ୍ଲୀସ୍ମିତା ମହାନ୍ତି, ଓ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ପୂଜାକର୍ମକାର, ଭାରତର ସମ୍ବିଧାନ ସମ୍ପର୍କରେ ତାଙ୍କର ଅଭିଭାଷଣ ରଖିଥିଲେ ।ପରିଶେଷରେ 'ବନ୍ଦେ ମାତରଂ' ଓ ' ଜାତୀୟସଙ୍ଗୀତ ଜନ ଗଣ ମନ' ଗାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟ ଅଧ୍ୟାପିକା ଲେଫ୍ଟେନାଣ୍ଟ ସଲମା କିସ୍କୁ ଓ ସୁଶ୍ରୀ ଗୀତାଞ୍ଜଳି ନାୟକ କାର୍ଯ୍ୟକ୍ରମ ର ସମସ୍ତ ଦାୟିତ୍ୱ ତଦାରଖ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଛାତ୍ରଛାତ୍ରୀ ମାନଙ୍କ ସକ୍ରିୟ ଅଂଶ ଗ୍ରହଣ ଦ୍ୱାରା ସଭାଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA