ବିକ୍ରମ ଦେବ ବିଶ୍ଵବିଦ୍ୟାଳୟରେ ନବାଗତ ଏନସିସି କ୍ୟାଡେଟ୍ ମାନଙ୍କ ସ୍ଵାଗତ ସମାରୋହ
ଜୟପୁର, ୨୭ ନଭେମ୍ବର (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରଠାରେ ବିଶ୍ୱବିଦ୍ୟାଳୟର ଏନସିସି ୟୁନିଟ୍ ପକ୍ଷରୁ ନବାଗତ ଏନସିସି କ୍ୟାଡେଟ୍ ମାନଙ୍କୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ଏକ ଭବ୍ୟ ସ୍ୱାଗତ ସମାରୋହ ଆଜି ଆୟୋଜିତ ହୋଇଥିଲା।ଏହି ସମାରୋହରେ ବିଶ୍ୱବିଦ୍ୟାଳୟର ଏନସିସି ଆସୋସିଏଟ୍ ଏନସିସି ଅଫ
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ନବାଗତ ଏନ୍ସିସି କ୍ୟାଡେଟ୍ମାନଙ୍କ ସ୍ୱାଗତ ସମାରୋହ ଅନୁଷ୍ଠିତ


ଜୟପୁର, ୨୭ ନଭେମ୍ବର (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରଠାରେ ବିଶ୍ୱବିଦ୍ୟାଳୟର ଏନସିସି ୟୁନିଟ୍ ପକ୍ଷରୁ ନବାଗତ ଏନସିସି କ୍ୟାଡେଟ୍ ମାନଙ୍କୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ଏକ ଭବ୍ୟ ସ୍ୱାଗତ ସମାରୋହ ଆଜି ଆୟୋଜିତ ହୋଇଥିଲା।ଏହି ସମାରୋହରେ ବିଶ୍ୱବିଦ୍ୟାଳୟର ଏନସିସି ଆସୋସିଏଟ୍ ଏନସିସି ଅଫିସର କ୍ୟାପ୍ଟେନ୍ ଡଃ. ଲକ୍ଷ୍ମଣ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରି ନବାଗତ କ୍ୟାଡେଟ୍ ମାନଙ୍କୁ ଏନସିସି ପରିବାରକୁ ସ୍ୱାଗତ କରିଥିଲେ। ସେ ନିଜ ଅଭିଭାଷଣରେ ଏନସିସିର ମୂଳମନ୍ତ୍ର ଏକତା ଓ ଶୃଙ୍ଖଳା”ର ମହତ୍ଵ ଉପରେ ଆଲୋକପାତ କରିବା ସହ ଏନସିସି କେବଳ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଯୁବପିଢ଼ିଙ୍କ ମଧ୍ୟରେ ଶୃଙ୍ଖଳା, ନେତୃତ୍ୱ, ଦେଶପ୍ରେମ, ସାହସ, ସେବା ମନୋଭାବ ଓ ଚରିତ୍ର ଗଠନର ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମରେ ଏନସିସି କ୍ୟାଡେଟ୍ ମାନେ ନିଜ ଅନୁଭୂତି ଓ ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ଲେଫ୍ଟନାଣ୍ଟ ସନ୍ତୋଷିନୀ ମୁଣ୍ଡା ନିଜ ଅଭିଭାଷଣରେ ଏନସିସି ପ୍ରଶିକ୍ଷଣର ଗୁରୁତ୍ୱ ଏବଂ ଯୁବପିଢ଼ିଙ୍କ ବ୍ୟକ୍ତିତ୍ୱ ବିକାଶରେ ଏହାର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏବଂ ୧୫ ଓଡ଼ିଶା ବାଟାଲିୟନ ଏନସିସିର କମାଣ୍ଡିଂ ଅଫିସର ନିଜ ଅଭିଭାଷଣରେ କ୍ୟାଡେଟ୍ ମାନଙ୍କୁ ନିଷ୍ଠା, ଶୃଙ୍ଖଳା ଓ ଦୃଢ଼ ମନୋବଳ ସହିତ ଏନସିସିର ସମସ୍ତ କାର୍ଯ୍ୟକଳାପରେ ଭାଗ ନେବାକୁ ଆହ୍ୱାନ ଜଣାଇଥିଲେ।ଏହି ଅବସରରେ ୧୫ ଓଡ଼ିଶା ବାଟାଲିୟନ ଏନସିସିର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ପ୍ରୀତି ରଞ୍ଜନ ଦାଶଙ୍କୁ ବିଶ୍ୱବିଦ୍ୟାଳୟ ଓ ଏନସିସିୟୁନିଟ୍ ପକ୍ଷରୁ ତାଙ୍କର ଉଲ୍ଲେଖନୀୟ ସାମରିକ ସେବା, ଦକ୍ଷ ନେତୃତ୍ୱ ଏବଂ ବିଶ୍ୱବିଦ୍ୟାଳୟର ଏନସିସି କାର୍ଯ୍ୟକଳାପର ବିକାଶ ଓ ସୁଦୃଢ଼ୀକରଣରେ ଅମୂଲ୍ୟ ଅବଦାନ ପାଇଁ ସ୍ୱତନ୍ତ୍ର ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ବିଶ୍ୱବିଦ୍ୟାଳୟର କୁଳପତି ନିଜ ଅଭିଭାଷଣରେ ଏନସିସିର ଶିକ୍ଷାଗତ ଓ ସାମାଜିକ ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନେ ଶିକ୍ଷା ସହିତ ଶୃଙ୍ଖଳା, ଦେଶପ୍ରେମ ଓ ସାମାଜିକ ଦାୟିତ୍ୱବୋଧକୁ ଜୀବନର ଅଂଶ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।ସମାରୋହରେ ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏନସିସି ସଙ୍ଗୀତ ପରିବେଷଣ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା। ଏହି ସ୍ୱାଗତ ସମାରୋହ ନବାଗତ କ୍ୟାଡେଟ୍ ମାନଙ୍କ ମନରେ ନୂତନ ଉତ୍ସାହ, ଆତ୍ମବିଶ୍ୱାସ ଓ ଦେଶସେବାର ଭାବନା ସୃଷ୍ଟି କରିବା ସହ ବିଶ୍ୱବିଦ୍ୟାଳୟରେ ଏନସିସି କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande