ପିପିଲି ଟୋଲ ଗେଟ୍ ଉଚ୍ଛେଦ ପାଇଁ ବିଧାନସଭାରେ ଦାବି
ଭୁବନେଶ୍ୱର, 27 ନଭେମ୍ବର (ହି.ସ) ଶୂନ୍ୟକାଳରେ ପିପିଲି ଟୋଲ୍ ଗେଟ୍ ପ୍ରସଙ୍ଗ ଉଠାଇଲେ ବିଧାୟକ ସୁନୀଲ ମହାନ୍ତି । ସୁନୀଲ କହିଛନ୍ତି ଯେ, ଏକ ଦଶନ୍ଧି ଠାରୁ ଅଧିକ ସମୟ ହେବ ପିପିଲି ଟୋଲ୍ ଗେଟ୍ ହୋଇଗଲାଣି । ପ୍ରତ୍ୟେକ ଦିନ ପୁରୀରୁ ଯିଏ ଯିବା ଆସିବା କରୁଛି ମାସକୁ ତାକୁ 6ହଜାର ଟଙ୍କା ରହିଛି । କିନ୍ତୁ
ପିପିଲି ଟୋଲ ଗେଟ୍ ଉଚ୍ଛେଦ ପାଇଁ ବିଧାନସଭାରେ ଦାବି


ଭୁବନେଶ୍ୱର, 27 ନଭେମ୍ବର (ହି.ସ) ଶୂନ୍ୟକାଳରେ ପିପିଲି ଟୋଲ୍ ଗେଟ୍ ପ୍ରସଙ୍ଗ ଉଠାଇଲେ ବିଧାୟକ ସୁନୀଲ ମହାନ୍ତି । ସୁନୀଲ କହିଛନ୍ତି ଯେ, ଏକ ଦଶନ୍ଧି ଠାରୁ ଅଧିକ ସମୟ ହେବ ପିପିଲି ଟୋଲ୍ ଗେଟ୍ ହୋଇଗଲାଣି । ପ୍ରତ୍ୟେକ ଦିନ ପୁରୀରୁ ଯିଏ ଯିବା ଆସିବା କରୁଛି ମାସକୁ ତାକୁ 6ହଜାର ଟଙ୍କା ରହିଛି । କିନ୍ତୁ ତାହା ତାଙ୍କୁ କଷ୍ଟ ଦେଉଛି । ଟୋଲ୍ ଗେଟକୁ ଉଚ୍ଛେଦ କରାଯାଉ । ତାର ମଧ୍ୟ ସମୟ ଅବଧି ଶେଷ ହୋଇଗଲାଣି । 20 କିମି ଯାଏଁ ଯେଉଁ ମାସିକ ପାସ୍ ବ୍ୟବସ୍ଥା ରହିଛି ତାହା ମଧ୍ୟ ସଠିକ୍ ଭାବରେ ହେଉନାହିଁ ଯଦି ବି ହେଉଛି ସମଗ୍ର ପୁରୀ ଜିଲ୍ଲା ପାଇଁ କାର୍ଯ୍ୟକାରୀ କଲେ ପୁରୀ ଜନତା ଉପକୃତ ହେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande