
ଭୁବନେଶ୍ୱର, 27 ନଭେମ୍ବର (ହି.ସ)ଆବାସିକ ଅଞ୍ଚଳରେ ବ୍ୟବସାୟିକ ପ୍ରତିଷ୍ଠାନ ଥିଲେ ସିଲ୍ କରାଯିବ ବୋଲି ସୁପ୍ରିମ କୋର୍ଟ ନିଷ୍ପତି ଶୁଣାଇବା ପରେ ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସୁପ୍ରିମ କୋର୍ଟ ଅର୍ଡରକୁ ତର୍ଜମା କରାଯିବ । ଲୋକଙ୍କ ସମସ୍ୟାକୁ ଆଗ ଦେଖାଯିବ । ତରବରିଆ ଭାବେ କିଛି କରାଯିବ ନାହିଁ । ବର୍ତ୍ତମାନ କୌଣସି ସିଲିଂ କରାଯିବ ନାହିଁ । ଯଦି ସମାଧାନ କରି ହେବ, ଦେଖିବା ବୋଲି ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ଏ ନେଇ ସୁପ୍ରିମ କୋର୍ଟଙ୍କୁ ଲିଖିତ ଭାବେ ଦିଆଯାଇଛି । ତେବେ ସୁପ୍ରିମକୋର୍ଟଙ୍କ ପ୍ରତି ସମ୍ମାନ ଅଛି । ହେଲେ ଲୋକଙ୍କ ସ୍ୱାର୍ଥକୁ ଦେଖି ବିଚାର କରିବାକୁ ହେବ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା