ଜୟପୁର ପୌରାଞ୍ଚଳର ୧୦୦ରୁ ଊର୍ଦ୍ଧ୍ୱ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ପ୍ରଦାନ
ଜୟପୁର, ୨୭ ନଭେମ୍ବର (ହି.ସ.): ଜୟପୁର ପୌର ସଭାଗୃହରେ ଶୁକ୍ରବାର ମଧୁବାବୁ ପେନସନ ଯୋଜନାର ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଜୟପୁର ପୌରପାଳିକା ଅନ୍ତର୍ଗତ ୧୦୦ରୁ ଊର୍ଦ୍ଧ୍ୱ ନୂତନ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇ ଭତ୍ତା ପାଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପ
ମଧୁବାବୁ ପେନସନ  ହିତାଧିକାରି ଙ୍କୁ ପ୍ରଦାନ କଲେ ବିଧାୟକ


ଜୟପୁର, ୨୭ ନଭେମ୍ବର (ହି.ସ.): ଜୟପୁର ପୌର ସଭାଗୃହରେ ଶୁକ୍ରବାର ମଧୁବାବୁ ପେନସନ ଯୋଜନାର ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଜୟପୁର ପୌରପାଳିକା ଅନ୍ତର୍ଗତ ୧୦୦ରୁ ଊର୍ଦ୍ଧ୍ୱ ନୂତନ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇ ଭତ୍ତା ପାଇଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ।

ଏହି ଅବସରରେ ପୌର ଉପାଧ୍ୟକ୍ଷା ବି. ସୁନିତା, ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତଙ୍କ ସମେତ ପୌରପାଳିକାର କାଉନସିଲରମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande