
ଭୁବନେଶ୍ୱର, 27 ନଭେମ୍ବର (ହି.ସ) ସାମ୍ବାଦିକତା ପାଠ୍ୟକ୍ରମ ପ୍ରତି କମୁଛି ଆଗ୍ରହ । ଚଳିତ ବର୍ଷ ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମରେ ୩୦୯ ସିଟ୍ ଖାଲି ପଡିଛି । ସେହିପରି 2024-25 ରେ 141 ଓ 2023-24 ରେ 154 ସିଟ୍ ଖାଲି ପଡ଼ିଥିଲା ।
ସେପଟେ ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀଙ୍କ ଅଧାରୁ ଅଧିକ ପାଠପଢ଼ାରେ ଡୋରି । ୩ ବର୍ଷରେ ୧୭ ହଜାର ୨୫୦ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି । ୨୦୨୫-୨୬ରେ ୫,୪୫୯ ଛାତ୍ରଛାତ୍ରୀ ଛାଡ଼ିଛନ୍ତି ପାଠପଢ଼ା । ଗଞ୍ଜାମରେ ସର୍ବାଧିକ ୬୪୬, ମୟୂରଭଞ୍ଜରେ ୫୩୮ ଛାତ୍ରଛାତ୍ରୀଙ୍କ ଡ୍ରପ୍ଆଉଟ୍ । ଉଚ୍ଚଶିକ୍ଷାନୁଷ୍ଠାନରେ 2025-26 ବର୍ଷରେ ଖାଲି ପଡ଼ିଛି ୭୯,୯୬୧ ସିଟ୍ । 2024-25 ରେ 73020 ଓ 2023-24 ରେ 85535 ସିଟ୍ ଖାଲି ପଡ଼ିଥିଲା । ଏନେଇ ବିଧାନସଭାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଲିଖିତ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା