
ଭୁବନେଶ୍ୱର, 27 ନଭେମ୍ବର (ହି.ସ.)- ଆମର ଆଶା ଡିଲିମିଟେସନ୍ ବିଲ୍ ଏକ ନୂଆ ରୂପରେ ଆସିବ। କାରଣ ଏଇଟା ମୋଦିଙ୍କ ଗ୍ୟାରେଣ୍ଟି।ମୋଦି ଯାହା କୁହନ୍ତି କରନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଯେ, 33 ପ୍ରତିଶତ ସଂରକ୍ଷଣ ରହିଲେ ମାତୃଶକ୍ତି ଆଗକୁ ଯିବେ। ସଂସଦ ଏବଂ ବିଧାନସଭାରେ ମହିଳା ପ୍ରତିନିଧିତ୍ୱ ବଢ଼ିବ ।ମହିଳାଙ୍କ ମୌଳିକ ଅଧିକାର ଓ ସମାନତା ସେମାନେ ପାଇବେ। ଗଣତାନ୍ତ୍ରିକ ଭାରତ ପାଇଁ ଏହା ଏକ ସମ୍ମାନ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା