
ପୁରୀ, ୨୭ ନଭେମ୍ବର (ହି.ସ.)- ସୁରକ୍ଷିତ ବଚପନ ଅଭିଯାନ କାର୍ଯ୍ୟକ୍ରମ ପାଇଁ ଭାରପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ନେଇ ଆଇନ ସେବା ପ୍ରାଧିକରଣ ତରଫରୁ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।
ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ ଅନୁଯାୟୀ, ନଭେମ୍ବର ୨୬ ତାରିଖ ଏବଂ ୨୭ ତାରିଖ ଅପରାହ୍ନ ୨ଟା ସମୟରେ ଆଇନ ସେବା ପ୍ରାଧିକରଣର ସମ୍ମିଳନୀ କକ୍ଷ ଠାରେ ସୁରକ୍ଷିତ ବଚପନ ଅଭିଯାନ ଏକ ସର୍ବଭାରତୀୟ ବିଦ୍ୟାଳୟ ସଚେତନତା ଅଭିଯାନ ଶିଶୁ ଅଧିକାର ଏବଂ ଶିଶୁ ସୁରକ୍ଷା ଉପରେ ଆଧାରିତ ପୋକ୍ସୋ ଆଇନ, ୨୦୧୨ ତରଫରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ଭାରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପାଇଁ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଅଛି।
ଆଜିର ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ ପୋକ୍ସୋ ଆଇନ ଏବଂ ଶିଶୁ ଅଧିକାର ସମ୍ବନ୍ଧୀୟ ଆଇନଗତ ସଚେତନତା ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇନଜୀବି ସୁଧିର କୁମାର ଘୋଷ, ଜ୍ୟୋତିଶଙ୍କର ହରିଚନ୍ଦନ ଏବଂ ଶୁଭ୍ରାନ୍ତ କୁମାର ମିଶ୍ର ବକ୍ତାଭାବେ ଯୋଗ ଦେଇଥିଲେ ଏବଂ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଭାରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପିଲାମାନଙ୍କର ବ୍ୟକ୍ତିଗତ ସୁରକ୍ଷା, ଶାରୀରିକ ସୀମା ଏବଂ ଆତ୍ମରକ୍ଷା, କୌଣସି ଅସଦାଚରଣ ବିରୁଦ୍ଧରେ ନିର୍ଭୟରେ ସ୍ୱର ଉତ୍ତୋଳନ ଓ ଅଭିଯୋଗ କରିବା, ଅନଲାଇନ୍ ସୁରକ୍ଷା, ସାଇବର ଗୃମିଂ ଏବଂ ଅନୁପଯୁକ୍ତ ଫଟୋ/ଭିଡିଓ ସେୟାରିଂରୁ ରକ୍ଷା, ଆଇନଗତ ସହାୟତା ଏବଂ ଶିଶୁ ସୁରକ୍ଷା ହେଲ୍ପଲାଇନ୍ (ଯଥା: ୧୦୯୮) ସହ ଯୋଗାଯୋଗ ଏବଂ ବିଦ୍ୟାଳୟ ସ୍ତରରେ ନିୟମିତ ସଚେତନତା ଓ ଦକ୍ଷତା ବୃଦ୍ଧି କରାଇବା ସହ ସେମାନଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କ ଅଧିକାର ବିଷୟରେ ଅବଗତ କରାଇଥିଲେ। ଏହି ଅଭିଯାନର ମୁଖ୍ୟ ଥିମ୍ ହେଉଛି — ଜାଗୃକତା, ସୁରକ୍ଷା ଓ ସଂରକ୍ଷଣ – ପ୍ରତ୍ୟକ ଶିଶୁର ଅଧିକାର ଏବଂ ମୂଳ ବାର୍ତ୍ତା ହେଉଛି — ପ୍ରତ୍ୟକ ଶିଶୁର ଶୈଶବ, ଆମ ସମସ୍ତଙ୍କର ଦାୟିତ୍ଵ।
ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଭାରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ