ବିଜେପିରେ ବିଲୟ ହେବାକୁ ଚାହୁଁଛନ୍ତି ଅନେକ ବିଜେଡି ନେତା- ସରୋଜ ପାଢୀ
ଭୁବନେଶ୍ୱର, 27 ନଭେମ୍ବର (ହି.ସ) ବିଜୁ ଜନତା ଦଳ ନେତା ନବୀନ ପଟନାୟକ ଯାହାକୁ ଦଳର ନେତୃତ୍ୱ ଦେବାକୁ ଚାହୁଁଛନ୍ତି, ତାଙ୍କ ନେତୃତ୍ୱରେ ଅନେକ ବିଜେଡ଼ି ନେତା ଖୁସି ନାହାନ୍ତି | ସେମାନେ ପିକନିକ କରିବା ବାହାନା ହେଉ କିମ୍ବା କାହା ଘରେ ବସି ଆଲୋଚନା ଚାଲିଛି, ସେମାନେ ବିଜେପିରେ ବିଲୟ ହେବାକୁ ଚାହୁଁଛନ୍
ବିଜେପିରେ ବିଲୟ ହେବାକୁ ଚାହୁଁଛନ୍ତି ଅନେକ ବିଜେଡି ନେତା- ସରୋଜ     ପାଢୀ


ଭୁବନେଶ୍ୱର, 27 ନଭେମ୍ବର (ହି.ସ) ବିଜୁ ଜନତା ଦଳ ନେତା ନବୀନ ପଟନାୟକ ଯାହାକୁ ଦଳର ନେତୃତ୍ୱ ଦେବାକୁ ଚାହୁଁଛନ୍ତି, ତାଙ୍କ ନେତୃତ୍ୱରେ ଅନେକ ବିଜେଡ଼ି ନେତା ଖୁସି ନାହାନ୍ତି | ସେମାନେ ପିକନିକ କରିବା ବାହାନା ହେଉ କିମ୍ବା କାହା ଘରେ ବସି ଆଲୋଚନା ଚାଲିଛି, ସେମାନେ ବିଜେପିରେ ବିଲୟ ହେବାକୁ ଚାହୁଁଛନ୍ତି | ତେବେ ସେମାନେ ଆମ ନେତୃତ୍ୱଙ୍କ ସହିତ ଯୋଗାଯୋଗରେ ଅଛନ୍ତି | ବିଜେଡିର କିଛି ନେତା ବିଜେପି ନେତୃତ୍ୱଙ୍କ ସହ ଯୋଗାଯୋଗରେ ଅଛନ୍ତି ଓ ବିଜେପିରେ ସାମିଲ ହେବାକୁ ଆଗ୍ରହ ଦେଖାଉଥିବା ଚର୍ଚ୍ଚା ହେଉଛି | କାରଣ ସେମାନେ କହୁଛନ୍ତି ତାଙ୍କର ନେତୃତ୍ୱ ବିହୀନ ଦଳ ତେଣୁ ସେମାନେ ବିଜେଡ଼ି ଛାଡି ବିଜେପିରେ ବିଲୟ ହେଇଯିବାକୁ ଚାହୁଁଛନ୍ତି | ଆମର ଶୀର୍ଷ ନେତୃତ୍ୱ ବିଚାର କରିବେ, ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଛନ୍ତି, ସେ ବିଷୟରେ ଚିନ୍ତା କରିବେ | ଆଉ ଶୁଣୁଛି, ଛଅଟି ମନ୍ତ୍ରୀ ପଦ ଖାଲିଥିବା ବେଳେ ତିନିରୁ ଚାରିଟି ମନ୍ତ୍ରୀ ପଦବୀ ମାଗୁଛନ୍ତି |ସେମାନେ ଦଳ ମିଶିଲେ କଣ ଲାଭ ହେବ ରାଜ୍ୟ ନେତୃତ୍ୱ ବିଚାର କରିବେ | ଶୀର୍ଷ ନେତୃତ୍ୱ ଯଦି ମିଶାଇବାକୁ କହିବେ ତେବେ ଆମେ ତାଙ୍କୁ ୱେଲ କମ କରିବୁ ବୋଲି ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande