ପୁରୀ ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ମୁକ୍ତ ଅଭିଯାନ ଓ ଶପଥ ପାଠ ଅନୁଷ୍ଠିତ
ପୁରୀ, ୨୭ ନଭେମ୍ବର (ହି.ସ.)- ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି। ଏହା ସମୃଦ୍ଧ ସମାଜ ଗଠନରେ ଏକ ବଡ଼ ପ୍ରତିବନ୍ଧକ। ଏହାକୁ ସାମୁହିକ ସଚେତନତା ମାଧ୍ୟମରେ ଦୂର କରାଯାଇ ପାରିବ ବୋଲି ଆହ୍ବାନ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ
ପୁରୀ ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ମୁକ୍ତ ଅଭିଯାନ ଓ ଶପଥ ପାଠ ଅନୁଷ୍ଠିତ।


ପୁରୀ, ୨୭ ନଭେମ୍ବର (ହି.ସ.)- ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି। ଏହା ସମୃଦ୍ଧ ସମାଜ ଗଠନରେ ଏକ ବଡ଼ ପ୍ରତିବନ୍ଧକ। ଏହାକୁ ସାମୁହିକ ସଚେତନତା ମାଧ୍ୟମରେ ଦୂର କରାଯାଇ ପାରିବ ବୋଲି ଆହ୍ବାନ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ସମାଜ କଲ୍ୟାଣ ବିଭାଗ ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଓ ସାମୁହିକ ବାଲ୍ୟ ବିବାହ ମୁକ୍ତ ଭାରତ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ଏକ ଅପରିହାର୍ଯ୍ୟ ଆବଶ୍ୟକତା। ବାଲ୍ୟ ବିବାହ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଏହା ଶିଶୁ ମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସୁରକ୍ଷା ଓ ବିକାଶରେ ବାଧକ ସାଜିଥାଏ। ତେଣୁ ସମାଜର ପ୍ରତ୍ୟେକ ବ୍ୟକ୍ତି ଏ ସମ୍ପର୍କରେ ସଚେତନ ହେବା ସହ ଏହାକୁ ପ୍ରତିହତ ପାଇଁ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ପୋଲିସ ଡିଏସପି ସସ୍ମିତା ବେହେରା, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଦେବାଶିଷ ପଣ୍ଡା ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବାଲ୍ୟ ବିବାହ ମୁକ୍ତ ଓ ଶିଶୁ ସୁରକ୍ଷା ସମ୍ପର୍କିତ ପୋଷ୍ଟରକୁ ଉନ୍ମୋଚନ କରାଯାଇଥିଲା।

ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ବାଲ୍ୟ ବିବାହର କାରଣ, ନିରାକରଣ, ଆଇନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେବା ସହ ସମସ୍ତଙ୍କୁ ବାଲ୍ୟ ବିବାହ ମୁକ୍ତ ଭାରତ ନେଇ ଶପଥ କରାଇଥିଲେ। ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟର ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ୍ ସମସ୍ତଙ୍କୁ ସ୍ଵାଗତ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସୁପର ଭାଇଜର ବାଲ୍ୟବତୀ ମହାନ୍ତି ଓ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande