
ଭାରତ ରିନ୍ୟୁଏବଲ୍ ଏନର୍ଜି
ସମିଟ୍ ଆଣ୍ଡ୍ ଏକ୍ସପୋ-୨୦୨୬ରେ ଯୋଗଦେଲେ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ
ସିଂହଦେଓ
ଭୁବନେଶ୍ୱର/ନୂଆଦିଲ୍ଲୀ, 3
ନଭେମ୍ବର (ହି.ସ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ
ସିଂହଦେଓ ନୂଆଦିଲ୍ଲୀରେ ଆୟୋଜିତ ‘ଭାରତ ରିନ୍ୟୁଏବଲ୍ ଏନର୍ଜି ସମିଟ୍ ଆଣ୍ଡ୍ ଏକ୍ସପୋ-୨୦୨୬’ରେ ଓଡ଼ିଶା ପାଭିଲିୟନ୍ ଏବଂ ନେଦରଲ୍ୟାଣ୍ଡସ୍ ପାଭିଲିୟନ୍ର ଉଦ୍ଘାଟନ
କରିଛନ୍ତି।
ଏହି ଏକ୍ସପୋରେ ସ୍ଥାନ
ପାଇଥିବା ଓଡ଼ିଶା ପାଭିଲିୟନ୍ରେ ରାଜ୍ୟର ଅକ୍ଷୟ ଶକ୍ତି କ୍ଷେତ୍ରରେ ରହିଥିବା ଅପାର ସମ୍ଭାବନା,
ରଣନୈତିକ ସୁବିଧା ଏବଂ ନିବେଶର ବିଭିନ୍ନ ସୁଯୋଗକୁ
ପ୍ରଦର୍ଶିତ କରାଯାଇଛି।
ବିଶେଷକରି ଉଦୀୟମାନ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଓଡ଼ିଶାର ନିବେଶ
ସମ୍ଭାବନା ଓ ଭବିଷ୍ୟତ ଯୋଜନାକୁ ଏଠାରେ ଉପସ୍ଥାପନ କରାଯାଇଛି। ଏହା
ରାଜ୍ୟରେ ଏକ ସ୍ଥାୟୀ ଶକ୍ତି ବ୍ୟବସ୍ଥା ଗଠନ କରିବା ସହ ଭାରତର ସ୍ୱଚ୍ଛ ଶକ୍ତି ରୂପାନ୍ତରଣକୁ ଆଗେଇ ନେବା ପାଇଁ
ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା