
ଜୟପୁର, ୩ ନଭେମ୍ବର (ହି.ସ.)- ଓଡ଼ିଶାକୁ କନ୍ଦାଉଛି ବାତ୍ୟା, ସରିନି ବାତ୍ୟା ଅର୍ଣ୍ଣବର ଦୁର୍ଦ୍ଦଶା। ଆଉ ଗୋଟିଏ ବାତ୍ୟା ମୁରାସୁର ମୁକାବିଲା କରିବା ପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏବଂ ବ୍ଲକ ପ୍ରଶାସନ। ବୋରିଗୁମ୍ମା ବ୍ଲକରେ କଚ୍ଚାଘରେ ରହୁଥିବା ଏବଂ ଉପାନ୍ତ ଅଞ୍ଚଳରେ ରହୁଥିବା ଗର୍ଭବତୀ ମହିଳାଙ୍କୁ ଆଗୁଆ ସ୍ଥାନାନ୍ତର କରି ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶ୍ରୟ ଦିଆଯାଇଛି। ଗର୍ଭବତୀ ମହିଳାମାନଙ୍କ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଯେଉଁ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହୁଏ ତେବେ ଆପତିକାଳୀନ ବ୍ୟବସ୍ଥା କରାଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ କମ୍ବଳ ଦିଆଯାଇଛି।ରନ୍ଧା ଖାଦ୍ୟର ମାନ ବୋରିଗୁମ୍ମା ବିଡ଼ିଓ ନିଜେ ଖାଇ ପରୀକ୍ଷା କରି ଗର୍ଭବତୀ ମହିଳାଙ୍କୁ ଦିଆଯାଉଛି।
ହିନ୍ଦୁସ୍ଥାନ ସମାଚାର / ପିକେପି