ଏମ୍ସ ଭୁବନେଶ୍ୱର ପକ୍ଷରୁ ଡ. ଅଶୋକ କୁମାର ମହାପାତ୍ରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, ୦୩ ନଭେମ୍ବର (ହି.ସ)- ଭାବବିହ୍ୱଳ କଲା ଭଳି ପରିବେଶ। ସମସ୍ତଙ୍କ ଆଖି ଥିଲା ଲୋତକପୂର୍ଣ୍ଣ। ଶ୍ରଦ୍ଧାଞ୍ଜଳୀ ଜଣାଇବାକୁ ମୁହଁରେ ଶବ୍ଦ ଜୁଟୁନଥିଲା। ଆଉ ସମସ୍ତେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ। ନିଜର ପ୍ରିୟ ପ୍ରତିଷ୍ଠାତା ନିର୍ଦ୍ଦେଶକଙ୍କୁ ହରାଇ ସତେଯେମିତି ସ୍ତମ୍ଭୀଭୂତ ହୋଇପଡ଼ିଥିଲା ସମ
xfgbxdfg


ଭୁବନେଶ୍ୱର, ୦୩ ନଭେମ୍ବର (ହି.ସ)- ଭାବବିହ୍ୱଳ କଲା ଭଳି ପରିବେଶ। ସମସ୍ତଙ୍କ ଆଖି ଥିଲା ଲୋତକପୂର୍ଣ୍ଣ। ଶ୍ରଦ୍ଧାଞ୍ଜଳୀ ଜଣାଇବାକୁ ମୁହଁରେ ଶବ୍ଦ ଜୁଟୁନଥିଲା। ଆଉ ସମସ୍ତେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ। ନିଜର ପ୍ରିୟ ପ୍ରତିଷ୍ଠାତା ନିର୍ଦ୍ଦେଶକଙ୍କୁ ହରାଇ ସତେଯେମିତି ସ୍ତମ୍ଭୀଭୂତ ହୋଇପଡ଼ିଥିଲା ସମ୍ପୂର୍ଣ୍ଣ ଏମ୍ସ ଭୁବନେଶ୍ୱର ପରିବାର। ନିର୍ବାକ୍ ପାଲଟିଯାଇଥିଲେ ସମସ୍ତେ। ଅବସର ଥିଲା ଏମ୍ସ ଭୁବନେଶ୍ୱରର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର (ଡ.) ଅଶୋକ କୁମାର ମହାପାତ୍ରଙ୍କ ଅକାଳ ବିୟୋଗରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭା। ନିଜର ପ୍ରିୟ ମଣିଷ ତଥା ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କୁ ହରାଇବାର ଶୋକ, ବେଶ୍ ବାରିହୋଇପଡ଼ୁଥିଲା ଏହି ସ୍ୱତନ୍ତ୍ର ସଭାରେ।

ଗତକାଲି ରାତିରେ ଏମ୍ସ ଦିଲ୍ଲୀରେ ସ୍ୱର୍ଗତଃ ମହାପାତ୍ରଙ୍କ ବିୟୋଗ ପରେ ମଙ୍ଗଳବାର ଏମ୍ସ ଭୁବନେଶ୍ୱରର ସମସ୍ତ ଡାକ୍ତର, ଛାତ୍ରଛାତ୍ରୀ ଏବଂ କର୍ମଚାରୀ ସେମାନଙ୍କ ପ୍ରିୟ ପ୍ରତିଷ୍ଠାତା ନିର୍ଦ୍ଦେଶକଙ୍କୁ ଲୋତକପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଜଣେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ (ନ୍ୟୁରୋସର୍ଜନ), ନୂତନ ଅନୁଷ୍ଠାନ ଗଠନରେ ଦୂରଦୃଷ୍ଟି ରଖିଥିବା ବ୍ୟକ୍ତିତ୍ୱ ଏବଂ ପ୍ରତିଷ୍ଠିତ ପଦ୍ମଶ୍ରୀ' ସମ୍ମାନର ଅଧିକାରୀ ସ୍ୱର୍ଗତଃ ମହାପାତ୍ରଙ୍କୁ, ଏମ୍?ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହିତ ତାଙ୍କୁ ଏମ୍ସ ଭୁବନେଶ୍ୱରର ମୁଖ୍ୟ ବିନ୍ଧାଣୀ ଭାବେ ଅଭିହିତ କରିଥିଲେ ଡ. ବିଶ୍ୱାସ।

ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ପରିକଳ୍ପନା, ପ୍ରତିଷ୍ଠା ଏବଂ ବିକାଶ କ୍ଷେତ୍ରରେ ପ୍ରଫେସର ମହାପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟସେବା, ଚିକିତ୍ସା ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ଏମ୍ସ ଭୁବନେଶ୍ୱରର ଅଭିବୃଦ୍ଧି ପାଇଁ ସେ ମୂଳଦୁଆ ପକାଇଥିଲେ। ତାଙ୍କର ଆଦର୍ଶ ନେତୃତ୍ୱ, ଦୂରଦୃଷ୍ଟି ଏବଂ ଜନସ୍ୱାସ୍ଥ୍ୟ ପ୍ରତି ଅବିଚଳିତ ନିଷ୍ଠା, ଏହି ଅନୁଷ୍ଠାନର ଲକ୍ଷ୍ୟ ଓ ମୂଲ୍ୟବୋଧକୁ ଗଢ଼ି ତୋଳିଥିଲା ବୋଲି ଡ. ବିଶ୍ୱାସ ମତବ୍ୟକ୍ତ କରିଥିଲେ।

ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଏମ୍ସ ଭୁବନେଶ୍ୱରର ଅଧ୍ୟାପକ, ଅଧ୍ୟାପିକା, ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଡିନ୍ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ମାନସ୍ୱିନୀ ମଙ୍ଗରାଜ, ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, ଏବଂ ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ୍ ସରକାରଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ, ବରିଷ୍ଠ ଚିକିତ୍ସକ, ଅଧିକାରୀ ଓ ଛାତ୍ରଛାତ୍ରୀ ଦିବଂଗତ ପ୍ରଫେସର ମହାପାତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ, ଉପସ୍ଥିତ ସଦସ୍ୟମାନେ ସ୍ୱର୍ଗତଃ ମହାପାତ୍ରଙ୍କ ଅସାଧାରଣ ଜୀବନ ଯାତ୍ରା, ଉଲ୍ଲେଖନୀୟ ଅବଦାନ ଏବଂ ରୋଗୀ ସେବା, ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ତାଙ୍କର ଅବିଚଳିତ ପ୍ରତିବଦ୍ଧତାକୁ ମନେପକାଇଥିଲେ। ବୃତିଗତ ଉତ୍କର୍ଷ ଏବଂ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଛଡ଼ା ଡ. ମହାପାତ୍ରଙ୍କ ବିନମ୍ରତା, କରୁଣା, ମାର୍ଗଦର୍ଶନ ଏବଂ ମାନବୀୟ ମୂଲ୍ୟବୋଧକୁ ମଧ୍ୟ ସ୍ନେହପୂର୍ଣ୍ଣ ଭାବେ ମନେ ପକାଇଥିଲା ଏମ୍ସ ଭୁବନେଶ୍ୱର ପରିବାର।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande