ବିକଶିତ ଭାରତ-୨୦୪୭ ଓ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନାଚକ୍ର
ବଲାଙ୍ଗିର, ୩ ନଭେମ୍ବର (ହି.ସ.)- ଲୋଇସିଂହା ଅଗ୍ରସେନ ଭବନଠାରେ ଅବସରପ୍ରାପ୍ତ ଓ କାର୍ଯ୍ୟରତ ଶିକ୍ଷକ ତଥା ଶିକ୍ଷା କର୍ମଚାରୀଙ୍କ ପକ୍ଷରୁ ‘ବିକଶିତ ଭାରତ-୨୦୪୭ ଏବଂ ଶିକ୍ଷା ବ୍ୟବସ୍ଥା’ ଶୀର୍ଷକ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଓ ଆଲୋଚନାଚକ୍ର ରବିବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମାଧ୍ୟମିକ ଶିକ୍ଷା
ବିକଶିତ ଭାରତ-୨୦୪୭’ ଓ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ଚକ୍ର


ବଲାଙ୍ଗିର, ୩ ନଭେମ୍ବର (ହି.ସ.)- ଲୋଇସିଂହା ଅଗ୍ରସେନ ଭବନଠାରେ ଅବସରପ୍ରାପ୍ତ ଓ କାର୍ଯ୍ୟରତ ଶିକ୍ଷକ ତଥା ଶିକ୍ଷା କର୍ମଚାରୀଙ୍କ ପକ୍ଷରୁ ‘ବିକଶିତ ଭାରତ-୨୦୪୭ ଏବଂ ଶିକ୍ଷା ବ୍ୟବସ୍ଥା’ ଶୀର୍ଷକ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଓ ଆଲୋଚନାଚକ୍ର ରବିବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମାଧ୍ୟମିକ ଶିକ୍ଷା ସଂଘର ପୂର୍ବତନ ଅଧ୍ୟକ୍ଷ ପୁରନ୍ଦର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଏବଂ ରାଜ୍ୟସଭା ସାଂସଦ ସୁଜିତ କୁମାର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଉଭୟ ଅତିଥି ଶିକ୍ଷା କ୍ଷେତ୍ରର ବିକାଶ ନିମନ୍ତେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଓ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଓଷ୍ଟାର ପୂର୍ବତନ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ନୂଆପଡ଼ା ଜିଲ୍ଲା ଓଷ୍ଟା ସମ୍ପାଦକ ରବୀନ୍ଦ୍ର ଜୋଷୀ, ଉପସଭାପତି ସାରଙ୍ଗଧର ଠାକୁର, ଓଷ୍ଟାର ପୂର୍ବତନ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ସମ୍ବଲପୁର ଜିଲ୍ଲା ଓଷ୍ଟା ସମ୍ପାଦକ ବିଭୂତି ଚାନ୍ଦ, ପୂର୍ବତନ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ବାବୁ, ବଲାଙ୍ଗୀରର ପୂର୍ବତନ ଡିଇଓ ନୀଳମଣି ପଟେଲ, ଦିଲୀପ ପାଠୀ ଓ ପୂର୍ବତନ ବିଆରସିସି ରାଜେନ୍ଦ୍ର ବିଶ୍ୱାଳଙ୍କ ସମେତ ବହୁ ଶିକ୍ଷାବିତ୍ ଆଲୋଚନାଚକ୍ରରେ ଯୋଗଦେଇଥିଲେ ।

ପ୍ରାରମ୍ଭରେ ଓଷ୍ଟା ସଭ୍ୟ ତାରାକାନ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମିତ୍ରଭାନୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସୋମନାଥ ବିଶ୍ୱାଳ, ଶଶାଙ୍କ ସାହୁ, ତରଣୀ ପ୍ରଧାନ ଓ ସାରଥୀ ସାହୁଙ୍କ ସମେତ ବହୁ ଅବସରପ୍ରାପ୍ତ ଓ କାର୍ଯ୍ୟରତ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande