ବ୍ଲକ ଓ ପୋୖରାଞ୍ଚଳ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ
ଜୟପୁର, ୩ ନଭେମ୍ବର (ହି.ସ.)- ରାଷ୍ଟ୍ରଦୀପ ପ୍ରସାର ସମିତି, ଦାମନଯୋଡି ତରଫରୁ ସେବା ସଂକଳ୍ପ ଅଭିଯାନ ଅବସରରେ ସ୍ଥାନୀୟ ଜୟପୁର ସିଟି ହାଇସ୍କୁଲ ଠାରେ ଯଥାକ୍ରମେ ଜୟପୁର ବ୍ଲକ ଓ ପୋୖରାଞ୍ଚଳ ସ୍ତରୀୟ ମୋ ସ୍ୱପ୍ନର ଭାରତବର୍ଷ ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା; ଯେଉଁଥିରେକି ଉଚ୍ଚ
ବ୍ଲକ ଓ ପୋୖରାଞ୍ଚଳସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ


ଜୟପୁର, ୩ ନଭେମ୍ବର (ହି.ସ.)- ରାଷ୍ଟ୍ରଦୀପ ପ୍ରସାର ସମିତି, ଦାମନଯୋଡି ତରଫରୁ ସେବା ସଂକଳ୍ପ ଅଭିଯାନ ଅବସରରେ ସ୍ଥାନୀୟ ଜୟପୁର ସିଟି ହାଇସ୍କୁଲ ଠାରେ ଯଥାକ୍ରମେ ଜୟପୁର ବ୍ଲକ ଓ ପୋୖରାଞ୍ଚଳ ସ୍ତରୀୟ ମୋ ସ୍ୱପ୍ନର ଭାରତବର୍ଷ ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା; ଯେଉଁଥିରେକି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଶଶୀ ଭୂଷଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାକାର୍ଯ୍ୟ ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୋମନାଥ ଗାଦବା ମୁଖ୍ୟ ଅତିଥି ରୂପେ ଏବଂ ସ୍ଥାନୀୟ ବିଦ୍ୟାଳୟର ଅଧ୍ୟକ୍ଷ ସୁଧାକର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ପୌରାଞ୍ଚଳ ସ୍ତରୀୟ ପ୍ରତିଯୋଗିତାରେ ଜାଭିୟର ହାଇସ୍କୁଲର ଏନ.ସାଇ ତୀକ୍ଷଣା, ସିଟି ହାଇସ୍କୁଲର ଜି. ପବନସାଇଦେବ, ମଡର୍ଣ୍ଣ ଇଂଲିଶ ସ୍କୁଲର ଉନ୍ନତି ତ୍ରିପାଠୀ, ଅରବିନ୍ଦ ନଗର ସରସ୍ଵତୀ ବିଦ୍ୟା ମନ୍ଦିରର ଅଲିଭା ଗମାଙ୍ଗ ଯଥାକ୍ରମେ ପ୍ରଥମ, ଦ୍ବିତୀୟ, ତୃତୀୟ ଓ ସାନ୍ତ୍ୱନାମୂଳକ ସ୍ଥାନ ଅଧିକାର କରିଥିଲେ। ବ୍ଳକ୍ ସ୍ତରୀୟ ପ୍ରତିଯୋଗିତାରେ ଡିମଳା ହାଇସ୍କୁଲର ଖୁସି ଗୌଡ଼ ଏବଂ ଗଡପଦର ହାଇସ୍କୁଲର ଜିତୁ ଟାକରି ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ସଂଯୋଜକ ପ୍ରତାପ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅମର ପାଳ, ପ୍ରିୟମ୍ବଦା ମହାରଣା, ରିତୁ ଦାସ, ଦିପ୍ତିମୟୀ ମିଶ୍ର, ଆଏସା ଗୌଡ଼ ଏବଂ ସଂଯୁକ୍ତା ବାଡତ୍ୟା ସମସ୍ତ କାର୍ଯ୍ୟକ୍ରମ ତଥା ପ୍ରତିଯୋଗିତାର ପରିଚାଳନା କରିଥିଲେ।ରାଷ୍ଟ୍ରଦୀପ ପ୍ରସାର ସମିତି କେବଳ ପ୍ରତିଯୋଗିତା କରେ ନାହିଁ ବରଂ ଶିକ୍ଷା, ସମାଜସେବା, ପରିବେଶ ସୁରକ୍ଷା, ରାଷ୍ଟ୍ରବାଦୀ ବୁଦ୍ଧିଜୀବୀ ସମ୍ମିଳନୀ କରି ଏ ଭାରତକୁ ବସୁଧୈବ କୁଟୁମ୍ବକମ୍ ରେ ପରିଣତ କରିବା ପାଇଁ ପ୍ରୟାସ ଜାରି ରଖିଛି ବୋଲି ବନବାସୀ କଲ୍ୟାଣ ଆଶ୍ରମ ଯୁବା ଆୟାମ ବିଭାଗର ସହ-ପ୍ରାନ୍ତ ସଂଯୋଜକ ତଥା ଜିଲ୍ଲା କାର୍ଯ୍ୟକ୍ରମ ସମନ୍ୱୟ ସଂଯୋଜକ ସଦସ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ପ୍ରକାଶ କରିଥିଲେ। ପ୍ରତିଭାଗୀ ମାନଙ୍କୁ ମଣିଷ ପରି ମଣିଷଟିଏ ହେବାକୁ ଆଶ୍ରୀବଚନ ପ୍ରଦାନ କରିବା ସହ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଭାଗୀ ମାନେ ଚଳିତ ମାସ ୧୧ ତାରିଖ ଦିନ କୋରାପୁଟ ଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande