
ଝାରସୁଗୁଡ଼ା, ୦୩ ନଭେମ୍ବର (ହି.ସ.) - ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ବଡ଼ମାଲସ୍ଥିତ ଗ୍ରୋଥ୍ ସେଣ୍ଟର ପରିସରରେ ନିର୍ମାଣାଧୀନ ଇଡ଼କୋ ଶ୍ରମିକ ହଷ୍ଟେଲ ପରିଦର୍ଶନ କରିଛନ୍ତି। ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନ ତଥା ଏମଏସଏମଇ ୟୁନିଟଗୁଡ଼ିକରେ କାର୍ଯ୍ୟରତ ଶ୍ରମିକମାନଙ୍କ ସୁବିଧା ପାଇଁ ବିକଶିତ ହେଉଥିବା ଭିତିଭୂମି ତଥା ନିର୍ମାଣ କାର୍ଯ୍ୟର ଅଗ୍ରଗତି ଯାଂଚ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ପରିଦର୍ଶନ ସମୟରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଅରିନ୍ଦମ ପ୍ରଧାନ ଏବଂ ଊଓଚଇ ଟିମ୍ର ସଦସ୍ୟମାନେ ଉପସ୍ଥିତ ଥିଲେ।
ଗସ୍ତ କାଳରେ ଜିଲ୍ଲାପାଳ ବର୍ତମାନ ଚାଲୁଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହ ଅବଶିଷ୍ଟ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ପାଇଁ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସଙ୍ଗେ ସଙ୍ଗେ ଗୁଣବତା ସହ କୌଣସି ପ୍ରକାରର ସାଲିସ ନକରିବା ଉପରେ ସେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହା ସହିତ ହଷ୍ଟେଲରେ ପ୍ରସ୍ତାବିତ ମୋଟ ରୁମ୍ ସଂଖ୍ୟା, ବିଭିନ୍ନ ବର୍ଗର ଆବାସିକ ବ୍ୟବସ୍ଥା ଏବଂ ସାଧାରଣ ସୁବିଧା ସୁଯୋଗ ବିଷୟରେ ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ। ବିଶେଷକରି ଅନ୍ତେବାସୀମାନଙ୍କ ପାଇଁ ସାଧାରଣ ରୋଷେଇ ଘର, ଭୋଜନ ଗୃହ ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଆନୁସଙ୍ଗିକ ସୁବିଧା ଉପରେ ସେ ପଚାରି ବୁଝିଥିଲେ। ଅନ୍ୟପକ୍ଷରେ, ଜିଲ୍ଲାର ଶିଳ୍ପ ଓ ଏମଏସଏମଇ ସଂସ୍ଥାଗୁଡ଼ିକୁ ରୁମ୍ ଆବଂଟନ କରିବାର ନିୟମାବଳୀ ଓ କାର୍ଯ୍ୟପଦ୍ଧତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଆବଂଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ, ବ୍ୟବସ୍ଥିତ ଏବଂ ସହଜଲଭ୍ୟ ହେବା ଆବଶ୍ୟକ ବୋଲି ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ, ଯାହା ଦ୍ୱାରା ଶିଳ୍ପ ପ୍ରତିଷ୍ଠାନରେ କାର୍ଯ୍ୟରତ ପ୍ରକୃତ ଶ୍ରମିକମାନେ ଏହି ସୁବିଧାର ସଠିକ୍ ଲାଭ ଉଠାଇପାରିବେ। ଝାରସୁଗୁଡ଼ା ଜିଲ୍ଲାର ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସୁଲଭ ଏବଂ ସୁସଙ୍ଗଠିତ ଆବାସିକ ସୁବିଧା ଯୋଗାଇଦେବା ସହିତ ଜିଲ୍ଲାର ଶିଳ୍ପ ଓ ଏମଏସଏମଇ ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ହଷ୍ଟେଲ ନିର୍ମାଣ ଶେଷ କରି ଏହାକୁ ତୁରନ୍ତ କାର?୍ୟ୍ୟକ୍ଷମ କରିବା ଏହି ଗସ୍ତର ମୁଖ୍ୟ ଆଭିମୁଖ୍ୟ ଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ