ଜୁମ୍ଡାଙ୍ଗ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ : ସୀମାନ୍ତ ଅଞ୍ଚଳରେ ବିକାଶ ଓ ମୌଳିକ ସୁବିଧା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ବଦ୍ଧପରିକର
ମାଲକାନଗିରି, ୩ ନଭେମ୍ବର (ହି.ସ.)- ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜୁମ୍ଡାଙ୍ଗ ଅଞ୍ଚଳର ଭୌଗୋଳିକ ସ୍ଥିତି ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମୌଳିକ ସମସ୍ୟାର ସମାଧାନ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଜୁମ୍ଡାଙ୍ଗ ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ରାଜ୍ୟ ସୀମା ଭିତରେ ରହିଛ
ଜୁମ୍ଡାଙ୍ଗ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ: ସୀମାନ୍ତ ଅଞ୍ଚଳରେ ବିକାଶ ଓ ମୌଳିକ ସୁବିଧା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ବଦ୍ଧପରିକର


ମାଲକାନଗିରି, ୩ ନଭେମ୍ବର (ହି.ସ.)- ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜୁମ୍ଡାଙ୍ଗ ଅଞ୍ଚଳର ଭୌଗୋଳିକ ସ୍ଥିତି ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମୌଳିକ ସମସ୍ୟାର ସମାଧାନ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଜୁମ୍ଡାଙ୍ଗ ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ରାଜ୍ୟ ସୀମା ଭିତରେ ରହିଛି ଏବଂ ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଏ ସମ୍ପର୍କରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ସ୍ପଷ୍ଟ କରି କହିଛନ୍ତି, ଗୋଟିଏ ରାଜ୍ୟର ଲୋକ ଅନ୍ୟ ରାଜ୍ୟର ନିର୍ବାଚନ ପ୍ରକ୍ରିୟାରେ ସାମିଲ୍ ହେବା ସମ୍ପୂର୍ଣ୍ଣ ବେଆଇନ୍ । କୌଣସି ନିର୍ବାଚନ କିମ୍ବା ଭୋଟିଂ ଆଚରଣ ବିଧିରେ ଏହା ଗ୍ରହଣୀୟ ନୁହେଁ । ଏଣୁ ସୀମାନ୍ତ ବାସିନ୍ଦାଙ୍କ ସୁରକ୍ଷା ପାଇଁ ଓଡ଼ିଶା-ଆନ୍ଧ୍ର ସୀମାରେ ବାରିକେଡ୍ ନିର୍ମାଣ ସହ ପୋଲିସ୍ ମୁତୟନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ।

ଜୁମ୍ଡାଙ୍ଗ ଓ ଧୂଳିପୁଟ ଅଞ୍ଚଳର ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆସନ୍ତା ୫ ତାରିଖରେ ଜୁମ୍ଡାଙ୍ଗଠାରେ ଏକ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହେବ। ଏହି ଶିବିରରେ ଓଜିଏଲଏସ୍, ବସୁନ୍ଧରା କିମ୍ବା ଅନ୍ୟାନ୍ୟ ସରକାରୀ ଯୋଜନା ମାଧ୍ୟମରେ ଭୂମିହୀନ ଲୋକଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ କରାଯିବ। ଏହା ସହିତ ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ୟା ସୁଧାରିବା, ନିକଟସ୍ଥ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର କରିବା ଏବଂ ଅଞ୍ଚଳର ସମସ୍ତ ମୌଳିକ ସୁବିଧା ସୁଯୋଗ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଯୋଗାଇ ଦିଆଯିବ। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉକ୍ତ କ୍ୟାମ୍ପରେ ଉପସ୍ଥିତ ରହି ସମସ୍ତ ଅଭିଯୋଗର ସମାଧାନ କରିବେ।

ଏହି ସନ୍ଦର୍ଭରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗଲୁ, ଚିତ୍ରକୋଣ୍ଡା ବ୍ଲକ୍ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ, ପୂର୍ବତନ ବିଧାୟକ ମାନସ ମାଡ଼କାମୀ

ଏବଂ ଧୂଳିପୁଟ ପଞ୍ଚାୟତର ଜନପ୍ରତିନିଧି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande