
ଭୁବନେଶ୍ୱର, ୦୩ ନଭେମ୍ବର (ହି.ସ)- ବନ୍ୟା ପରବର୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆସ୍କା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାୟ ୨୦ଟି ମୋବାଇଲ୍ ହେଲ୍ଥ ୟୁନିଟ୍ (ଏମଏଚୟୁ) ନିୟୋଜିତ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମଙ୍ଗଳବାର ଏହି ମୋବାଇଲ୍ ହେଲ୍ଥ ୟୁନିଟ୍ଗୁଡ଼ିକର ଶୁଭାରମ୍ଭ କରିଛନ୍ତି। ବନ୍ୟା ପ୍ରଭାବିତ ଅଂଚଳରେ ଲୋକଙ୍କ ନିକଟରେ ତ୍ୱରିତ ଓ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପହଂଚାଇବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ ଏହି ଅବସରରେ କହିଛନ୍ତି।
ଏହି ମୋବାଇଲ୍ ହେଲ୍ଥ ୟୁନିଟ୍ (ଏମଏଚୟୁ) ମଧ୍ୟରୁ ୧୫ ଟି ରାଜ୍ୟ ସରକାରଙ୍କ ତରଫରୁ ନିଯୋଜିତ ହୋଇଥିବା ବେଳେ ବିଭିନ୍ନ ବେସରକାରୀ ମେଡିକାଲ ତରଫରୁ ପାଖାପାଖି ୫ଟିର ବ୍ୟବସ୍ଥା କରାଯାଇଛି।
ଏହି ଅବସରରେ ଆସ୍କା ବିଧାୟକ ଶ୍ରୀ ସରୋଜ ପାଢ଼ୀ, ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା