
ଭୁବନେଶ୍ୱର, ୩ ନଭେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ସର୍ବାଧିକ ୪୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଗଞ୍ଜାମ ଜିଲ୍ଲାର ଚିକିଟିରେ ୩୦.୬ ମି.ମି., ପୁରୀ ଜିଲ୍ଲାର ଗୋପରେ ୨୧.୦ ମି.ମି., ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ୧୮.୨ ମି.ମି., କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗିରେ ୧୭.୦ ମି.ମି., ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ୧୬.୦ ମି.ମି., ଗଞ୍ଜାମ ଜିଲ୍ଲାର ଗଞ୍ଜାମରେ ୧୬.୦ ମି.ମି., କୋଦଳାରେ ୧୫.୦ ମି.ମି., ପୁରୀ ଜିଲ୍ଲାର ପୁରୀରେ ୧୩.୬ ମି.ମି., କୃଷ୍ଣପ୍ରସାଦରେ ୧୩.୪ ମି.ମି., ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ୧୩.୩ ମି.ମି., ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ୧୨.୯ ମି.ମି., ପୁରୁଷୋତମପୁରରେ ୧୨.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ